ଦୁନିଆଟା ଲାଗେ ଆଜି ପରବ ପରବ
ଦୁନିଆଟା ଲାଗେ ଆଜି ପରବ ପରବ
1 min
270
ସବୁ ଥିଲା ଶୁନ୍ ଶାନ୍ ନୀରବ ନୀରବ
କିଏ ଆସି ଭରିଦେଲା ଚୁନା ଚୁନା ସ୍ବପ୍ନ ଏତେ
ଦୁନିଆଟା ଲାଗେ ଆଜି ପରବ ପରବ...।
ହଜିଯାଏ ନିଦ ସବୁ ଭଲଲାଗେ ଶୋଇବାକୁ
ଚେଇଁ ଚେଇଁ
ହାତ ଠାରେ ଦୂର ସେଇ ଗଡିଆର ସଜଫୁଟା
ନୀଳ କଇଁ
ଇଏ ଆଉ ସିଏ ମୋତେ
ପଚାରନ୍ତି ପ୍ରଶ୍ନ କେତେ
ଲାଜୁଆ ଓଠରେ ନାହିଁ ଜବାବ ଜବାବ .…।
ମନେ ମନେ ଲେଖୁଛି ମୁଁ ରାତି ସାରା ଗପ
କେତେ ନୂଆ ନୂଆ
ଚୁପି ଚୁପି ଗାଉଛି ମୁଁ କାହାପାଇଁ ଗୀତ କେତେ
ମନ ଛୁଆଁ
ଛୁଇଁ ଦେଲେ କେହି ମୋତେ
ଚମକେ ମୁଁ ଅଜଣାତେ
ଲାଗେ କାହିଁ ରହିଗଲା ଅଭାବ ଅଭାବ .....।
