Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4.2  

DILIP KUMAR SAHOO

Others

ଦୁଃଖରେ ଦେଉଳ ନନା

ଦୁଃଖରେ ଦେଉଳ ନନା

1 min
92



 ମଲ୍ ଖୋଲିଲା ମାର୍କେଟ ଖୋଲିଲା

 ମନ୍ଦିର ରେ କିନ୍ତୁ ତାଲା

 ଭକତ ନାହାଁନ୍ତି ଦେଉଳ ଦୁଆରେ

 ପୂଜାରୀ ଙ୍କ ଅଣ୍ଟା ଢିଲା ।

 ପୂଜା ରେ ହେଉନି ଅବହେଳା ,ହେଲେ

 ପାଦୁକେ କି ପେଟ ପୂରେ

 ଚାରିମାସ ହେଲା ମିଳୁନି ଦକ୍ଷିଣା

 ଚୂଲି ଜଳୁନାହିଁ ଘରେ ।

 ପୂଜଥାଳିରେ ତ ପଡୁନି ପଇସା

 "ହୁଣ୍ଡି" ପଡିଅଛି ଖାଲି

  ସେଥିପାଇଁ ଦିଅଁ ଭୋକ ଉପାସରେ

  ମିଳୁନାହିଁ ଭାତ ଡାଲି ।

  କିଛି ଲୋକେ ଡାକି ଘରକୁ ପୂଜକ

  କରୁଥିଲେ ଘରେ ପୂଜା

  କରୋନା ଡରରେ ବ୍ରାହ୍ମଣ ଙ୍କ ଆଉ

  ଘରେ ହେଉନାହିଁ ଖୋଜା ।

  ବ୍ରତ ଓ ବିବାହ ସବୁ ଏବେ ମନା

  ସବୁଠାରେ କଟକଣା

  କରୋନା ଯୋଗୁତ ସବୁଠି ସମସ୍ୟା

  ଦୁଃଖ ରେ ଦେଉଳ ନନା।

  


Rate this content
Log in