STORYMIRROR

Satyanarayan Sahoo ( Nitu )

Others

2  

Satyanarayan Sahoo ( Nitu )

Others

ଦୀପାଳୀ ଓ ମୁଁ

ଦୀପାଳୀ ଓ ମୁଁ

1 min
13.6K


ଦୀପାଳୀ - ଦୀପନ, ସିତ ଶିଖା ତୁମେ

ମୁଁହିଁ ଦୀପ ମାଟି ପିଣ୍ଡ

ମାତି ଉଠୁଥିବା ସଳିତାଟେ ତୁମେ

ମୁଁ ତାତିଲା ପାପ ଭାଣ୍ଡ.... II


ତୁମେ ଆଲୋକର ପୂଣ୍ୟ - ପୁଲକ

ଉତ୍ଫୁଲ୍ଲିତ ଫୁଲ ଝରି

ମୁଁ ଦଗ୍ଧ - ଯନ୍ତ୍ରଣା, ଦୀର୍ଘଶ୍ୱାସଟିଏ

ଅନ୍ଧାରର କାରିଗରୀ.... II

_ ସତ୍ୟନାରାୟଣ ସାହୁ (ନୀତୁ)


Rate this content
Log in