Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Others

1.8  

Prakash Kumar Chand

Others

ଧରାକୁ ଆସିଛି ଶରତ

ଧରାକୁ ଆସିଛି ଶରତ

1 min
6.8K


ଶ୍ରାବଣ ସରିଛି ଭୋଦୁଅ ପଶିଛି

ଧରାକୁ ଆସିଛି ଶରତ

ସବୁଜିମା ଭରା ବିଲ ବଣ ପାଟ

ନିଆରା ଲାଗୁଛି ମରତ ।


ନଈ ଦାଢେ ଦାଢେ କାଶତଣ୍ଡି ଫୁଲ

ଦିଶୁଅଛି ଭାରି ସୁନ୍ଦର

କେଡେ ସରାଗରେ ସ୍ୱାଗତ କରୁଛି

ହଲେଇ ଆଲଟ ଚାମର ।


ବାରି ଗାଡିଆରେ ଫୁଟିଛି ପଦୁଅଁ

ଫୁଟିଅଛି ନାଲି କଇଁରେ

କେତକୀ ମାଳତୀ ରଙ୍ଗଣୀ ହସନ୍ତି

ସଂଜ ଯେବେ ଆସେ ନଇଁରେ ।


ଜହ୍ନିଫୁଲ ବାସେ ମହମହ ହୋଇ

ତା ସାଥେ କାକୁଡ଼ି କଷିରେ

ଅଶିଣ ଆକାଶେ ରୂପା ଥାଳି ପରି

ଖିଲି ଖିଲି ହସେ ଶଶୀରେ ।


ନୀଳ ନିରିମଳ ପାହାନ୍ତା ପହରେ

ତାରା କେଡେ ତୋରା ଦିଶୁଛି

କାକର ଟୋପାଟି ଘାସ ଫୁଲ ସାଥେ

ବଉଳ ଆସିକି ବସିଛି ।


ଶରତ ଆସିଛି ମରତକୁ ଵୁଲି

ପାରବଣ ବାଜା ବାଜେରେ

ଗହଳ ଚହଳ ଗାଆଁଠୁ ସହର

ଆସିଗଲା ପରା ପୂଜାରେ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୩୫୪୯୩୮


Rate this content
Log in