Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Kumar Nayak

Others

4.5  

Hemanta Kumar Nayak

Others

ଦେଖି ଆଧୁନିକ ନାରୀ

ଦେଖି ଆଧୁନିକ ନାରୀ

1 min
440


( ଆଜି)

ପାଉଡର ବୋଳା ପାଉଁଶିଆ ଗାଲ

ଓଠ ରକ୍ତମୁଖା ନାଲି ,

ଭ୍ରୁଲତାରେ ତା'ର ସରୁ କଳା ଗାର

ଦେଇଛି ଦିପାଖେ ମେଲି ,

ଆଖିରେ କଜ୍ଜଳ କଳି

ପ୍ରେମ ନାହିଁ ତେଣୁ ତରୁଣୀ ଦିଶୁଛି

କୃତ୍ରିମ ସୁନ୍ଦରୀ ବୋଲି ।

      (କାଲି)

ଓଠ ମଧୁହାସେ କହୁଥିଲା ପାଶେ

ସେନେହଁର ବୋଳା କଥା

ମହାଦ୍ରୁମେ ସତେ ନବ ପଲ୍ଲବିତେ

ମାଡ଼ିଛି ନିଆଳି ଲତା

ଗୀତ ଗାଏ ଆଖି ପତା

ଗପରେ ଗପରେ ବଖାଣି ଥିଲାସେ

ପ୍ରଣୟ ବଲ୍ଲରୀ ଗାଥା ।

    ( ଆଜି)

ଦେଖିଛକି କିଏ କେବେ କେଉଁଠାରେ

ସାପର ମୁହଁରେ ହସ

କେଳାର ଖେଳାରେ , ତା'ର ଛୁଆ ମେଳେ

ଅବା କରୁ ରତି ରାସ

ମୁଖେ ଯେଣୁ ଅଛି ବିଷ

ଭୟଙ୍କର ଦିଶେ, ଏମିତି ବି ଅଛି

କିଛି ମଣିଷଙ୍କ ଦୋଷ ।

      (କାଲି)

ହସ ଓଠ ଧାରେ ଏକ ଆଭୁଷଣ

ସ୍ବର୍ଣ୍ଣ ନୁହେଁ ସମ ସରି

ଓଠେ ହସ ଥିଲେ ଦିଶେ ମନୋରମ

ମନକୁ କରେ ସେ ଚୋରି

କୁହ ବିଜ୍ଞଜନ ବାରି

ସ୍ବର୍ଣ୍ଣ ଚୋରି ହୁଏ, ହସ ଚୋରି କରେ

ଜଡ଼ ନା ଚେତନ ଭାରି ।

     (ଆଜି) 

ଆଜିର ଦିନରେ ନାରୀଙ୍କର ହସ

ଅଦିନିଆ ମେଘ ପରି

ଭୟଙ୍କର ଦିଶେ, କେବେ ଭାସିଯାଏ

କେବେ ପୁଣି ପଡ଼େ ଝରି

ସହଜେ ହୁଏନି ବାରି

ଅସଲି ନକଲି କିଏ ବା ଜାଣିବ

ଦେଖି ଆଧୁନିକ ନାରୀ ।


Rate this content
Log in