STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
270

ଜୀଇଁବାରେ ଶାନ୍ତି ନାହିଁ

ମରିବାକୁ ତର କାହିଁ

ବଞ୍ଚିବାର ମାନେ ଖାଲି ଛଳନା

ମିଛ ଆଉ ସତ ସାଥେ

ଲୁଚକାଳି ଖେଳି କେତେ

 ଆଜି ମୁଁ ଯେ ସମୟର ଖେଳଣା

ବଞ୍ଚିବାର ମାନେ ଖାଲି ଛଳନା......


ପାପ ଆଉ ଅଭିଶାପ

କ୍ଷମା ପୁଣି ଅନୁତାପ

ପଲକ ପାଇଁକି ସବୁ

ତାପରେ ସେ ମିଛ ଗପ

ଭୁଲ ପରେ ଭୁଲ ଜମା ସରେନା

ବଞ୍ଚିବାର ମାନେ ଖାଲି ଛଳନା....


ଚିନ୍ତା ଆଉ ଅବସାଦ

ଟଳମଳ ହୁଏ ପାଦ

ସପନକୁ କରେ ବାଦ

ହଜିଲା ରାତିର ନିଦ

ଲାଭ କ୍ଷତି ଅଙ୍କ କଷା ସରେନା

ବଞ୍ଚିବାର ମାନେ ଖାଲି ଛଳନା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍