ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ
1 min
263
ଜୀଇଁବାରେ ଶାନ୍ତି ନାହିଁ
ମରିବାକୁ ତର କାହିଁ
ବଞ୍ଚିବାର ମାନେ ଖାଲି ଛଳନା
ମିଛ ଆଉ ସତ ସାଥେ
ଲୁଚକାଳି ଖେଳି କେତେ
ଆଜି ମୁଁ ଯେ ସମୟର ଖେଳଣା
ବଞ୍ଚିବାର ମାନେ ଖାଲି ଛଳନା......
ପାପ ଆଉ ଅଭିଶାପ
କ୍ଷମା ପୁଣି ଅନୁତାପ
ପଲକ ପାଇଁକି ସବୁ
ତାପରେ ସେ ମିଛ ଗପ
ଭୁଲ ପରେ ଭୁଲ ଜମା ସରେନା
ବଞ୍ଚିବାର ମାନେ ଖାଲି ଛଳନା....
ଚିନ୍ତା ଆଉ ଅବସାଦ
ଟଳମଳ ହୁଏ ପାଦ
ସପନକୁ କରେ ବାଦ
ହଜିଲା ରାତିର ନିଦ
ଲାଭ କ୍ଷତି ଅଙ୍କ କଷା ସରେନା
ବଞ୍ଚିବାର ମାନେ ଖାଲି ଛଳନା...
