ଚେସ୍
ଚେସ୍
କିଏ କହେ ତାକୁ ସତରଞ୍ଜ ପୁଣି
କିଏ କହେ ଚତୁରଙ୍ଗ
ଚେସ୍ ବୋଲି ସେତ ଜଗତରେ କ୍ଷାତ
ଖେଳିବା ଆସରେ ସାଙ୍ଗ
ଷଷ୍ଠ ଶତାବ୍ଦୀରେ ଭାରତ ମାଟିରେ
ଜନମ ଲଭିଲା ସେହି
ସାରା ଦୁନିଆରେ ଆଜି ତା ଆଦର
ମନ ନିଏ ସେତ ମୋହି
ଖେଳିବାକୁ ଲୋଡା ପାଲିଟିଏ ଯହିଁ
ଥାଏ ଚଉଷଠି ଘର
କଳା ପରେ ଧଳା ଧଳା ପରେ କଳା
ଘର ସେତ ବର୍ଗାକାର
ଷୋଳଟି ଷୋଳଟି ଗୋଟି ଚଳାଇତ
ଖେଳାଯାଏ ଏହି ଖେଳ
ରାଜା ରାଣୀ ପୁଣି ଘୋଡା ହାତୀ ସାଥେ
ନେଇ ସଇନୀକ ବଳ
ଦୁଇଜଣ ବସି ଖେଳନ୍ତି ଏ ଖେଳ
ଚଳାଇ ତାଙ୍କର ଗୋଟି
ରାଜାକୁ ତ ଯିଏ ମାରିଦିଏ ସିଏ
ଖେଳକୁ ଯାଏରେ ଜିତି
ଏକାଗ୍ରତା ଆଉ ବୁଦ୍ଧିର ଖେଳ ଏ
ଖେଳିବାକୁ ଲୋଡା ଧୈର୍ଯ୍ୟ
ଧୈର୍ଯ୍ୟହରା ହେଲେ ଆରମ୍ଭରୁ ଭାଇ
ହାରିବାଟା ନିଶ୍ଚେ ଧାର୍ଯ୍ୟ
