STORYMIRROR

Abhiram Sahoo

Others

3  

Abhiram Sahoo

Others

ଚାଲିବାରେ ହକ୍ ଦାର

ଚାଲିବାରେ ହକ୍ ଦାର

1 min
13.5K


ଯେଉଁଠି ପାଦ ମୋ ପଡୁଛି,ସବୁଠି

ପାଦ ତଳେ ମୋର କଣ୍ଟା

କଣ୍ଟା ବାଜି ପାଦ ଚାଲୁଚାଲୁ ଯେବେ

ବାଜିଯାଏ ଶେଷ ଘଣ୍ଟା

ହାରିବା ଜିତିବା ସଫଳତା ବିଫଳତା

ଲେଖାହେଉ ଅବା ଅଲେଖା ରହୁ ସେ ଖାତା

ଶୋଚନା ନଥିବ ଲକ୍ଷ୍ୟସ୍ଥଳ ମୁଁ

ଛୁଇଁଲି କି ଛୁଇଁନାହିଁ

କାଲି କେ ହୁଏତ ମୋ ଚାଲିରେ ଚାଲି

ହୋଇପାରେ କାଳଜୟୀ ।

ଚାଲିବାରେ ଯଦି ଝୁଣ୍ଟି ପଡିବା

ଏ କଥା ନିହାତି ସତ

ସତ ବୋଲି କ'ଣ କାହା ଝୁଣ୍ଟିବାକୁ

ବାଟରେ ଖୋଳିବା ଗାତ ?

କାହା ଦୁଃଖରେ ତାଳି ମରାମରି ନୀତି

ଚଳିବନି,ଯଦି ଥାଏ ତୁମ ହାତେ ଶକ୍ତି

ମୋ ହାତେ ମିଳେଇ ଦେଖ ‐

ନିଜ ଭୀରୁତାର ତିକ୍ତ ସୁଆଦ

ରକ୍ତ ନିଗାଡି ଚାଖ ।

ଦୁର୍ଗମ ପଥେ ଝରୁ ପଛେ ଯେତେ ରକ୍ତ

ଗତିର ନିଶାଣ ହେଉ ମୋ ଦୁର୍ବାର ଶକ୍ତ

ଏଇ ସାନ୍ତ୍ଵନା ମୋର

ଅନ୍ତିମ ସହଚର

ଲାଭରେ ନୁହେଁ କି ଲୋଭରେ ନୁହେଁ ମୁଁ

ଚାଲିବାରେ ହକ୍ ଦାର

ଫୁଲ ଫୁଟା କାହା ବାଟର ଗଜରା

ନାହିଁ ମୋର ଦରକାର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍