STORYMIRROR

Gouranga Patel

Others Children

3  

Gouranga Patel

Others Children

ବସନ୍ତ ବସନ୍ତ

ବସନ୍ତ ବସନ୍ତ

1 min
200


ଆସିଛି ବସନ୍ତ ଦେଖ କାନନ କୁଞ୍ଜରେ

          ସିହରାଏ ତନୁମନ ନବ ଉନ୍ମାଦରେ,

ନଇଁ ନତ ଆମ୍ରକୁଞ୍ଜ ବଉଳ ସମ୍ଭାରେ 

    କୁହୁ କୁହୁ ଲଘୁତାନେ କୋକିଲ ସମ୍ଭାସେ ।୧।


ନବ କିଶଳୟ ମୃଦୁ ମଳୟ ହିଲ୍ଲୋଲେ

     ଦୋଳେ ମତୁଆଲା ହୋଇ ଦକ୍ଷିଣା ପରସେ, 

ଘନ ସବୁଜ ବରନ ଚିକି ଚିକି ସୋହେ

       ପ୍ରାପ୍ତ ଜଉବନ ଯଥା ପତ୍ରଝଡା ପରେ ।୨।


ପୁରପଲ୍ଲୀ ଶୋଭାମୟ ପେନ୍ଥା ପେନ୍ଥା ଫୁଲ

          ସରସୀ ରେ ନିଳକଇଁ ପଦ୍ମ ଢଳ ଢଳ,

ଜୁଇ ଯାଇ ହେନା ମଲ୍ଲି କେତକୀ ଗୋଲାପ

       ବାଛି ବାଛି ଫୁଲ ଚୁମେ ଭ୍ରମର ମଧୂପ।୩।


ଛଅମାସ ଖଟଣିର ଚାଷକାମ ପରେ   

        ଚାଷୀଭାଇ ଲିପ୍ତ ଏବେ ବାଡ଼ି ବଗିଚାରେ,

ଗଚ୍ଛିତ ରଖିଛି ଶସ୍ୟ ତାର ଅମାରରେ 

        ବରଷଯାକ ଖରଚ ଚଳିବ ଏଥିରେ ।୪।


ଶ୍ରୀପଞ୍ଚମୀ, ଶିବରାତ୍ରି, ଦୋଳଜାତ, ହୋଲି

          ବିବିଧ ପ୍ରଥା ପରବେ ଉଲ୍ଲସିତ ପ୍ରାଣୀ,

ଅଳ୍ପ ଶୀତ ଅଳ୍ପ ଖରା ଦେହସୁହା ଯହିଁ

        ବସନ୍ତର ଚାରୁଆଭା ମନ ନିଏ ଜିଣି ।୫।


ପ୍ରକୃତି ପସରା ମେଳେ ଅପରୂପ ଭାବେ

        ମୋହିନିଏ ସବୁରିକୁ ଆପଣା ଆବେଶେ,

କାହାରି ତୁଳନା ନାହଁ ପ୍ରକୃତି ଆଗରେ

     ସ୍ୱାଗତ ହେ ଋତୁରାଜ ଭାରତ ଭୂମିରେ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍