STORYMIRROR

kamal kumar dash

Others

2  

kamal kumar dash

Others

ବୋଉ

ବୋଉ

1 min
125

 ବୋଉ 


  ମତେ ନନା  ଙ୍କ ଚିଠି ମିଳିଲା ସେଥିରେ ଲେଖା ଥିଲା ବୋଉ ଦେହ ଭଲ ନାହିଁ | ମୋ ମନ ବହୁତ ଗୋଳେଇ ଘlଣ୍ଟି ହେଲା ସେତେବେଳେ ଟେଲିଫୋନ କି ମୋବାଇଲ ନଥିଲା | ଘରକୁ ଚିଠିଲେଖି ଉତର ପାଇବାକୁ ବହୁତ ଦିନ ଲାଗିବ | ତେଣୁ ଛୁଟି ନେଇ ଘରକୁ ବାହାରିଲି | ବାଟରେ ଜାଣିଲି ଯେ ଆମ ୨ବିକେ ପାଶେଞ୍ରରଫେରିବ କାରଣ ବାଟରେ ଆକ୍ସିଡେଣ୍ଟ ହୋଇଛି ଟ୍ରେନ ଆଗକୁ ଯିବନି | ଜୟପୁରରୁ ଟ୍ରେନ୍ରୁ ଓହ୍ଲାଇ ବସ୍ ରେ ବିଜୟନଗର ପହଂଚିଲି | ଷ୍ଟେସନ ପାଖର କିଛି ଖାଇ କୋଚିନ ତ୍ରିବେମଦ୍ରମ ଏକ୍ସପ୍ରେସ୍ ରେ ଚଢିଲି | ଅନେକ ସମୟ ପରେ ଟିଟିଟିବାବୁ ଆସିଲେ ଓ ଗୋଟେ ତଳ ବର୍ଥ ମିଳିଗଲା | ରାତି ଅନେକ ହୋଇଯାଇଥିଲା ବେଡ଼ସିଟ ବିଛାଇ ଶୋଇଗଲି | କେତେବେଳେ ନିଦ ଲାଗିଯାଇଛି ମନେ ନାହିଁ | ସ୍ୱପ୍ନ ଦେଖିଲି , ମୁଁ ଘରକୁ ଗୋଟେ ଡ଼ଙ୍ଗାରେ ବସି ଯାଉଛି କିଏ ଜଣେ କହିଲା ମୋ ବୋଉ ମରିଗଲା ,ମୁଁ କାନ୍ଦି ପକାଇଲି କଣ କରିବି ଜାଣି ପାରିଲିନି | ଭାବିଲି ବୋଉ ପାଇଁ ମୁଁ କିଛି କରି ପାରିଲିନି ମୋ ବୋଉ ମତେ ନଦେଖି ଚଳିଗଲା | 

     ଏତିକି ବେଳେ କଣ ଗୋଟେ ଶବ୍ଦ ହେଲା ଓ ଡ଼ଙ୍ଗା ଓଲଟି ପଡିଲା ମୁଁ ଖସିପଡିଲି ବର୍ଥ ରୁ ତଳକୁ | ନିଦ ଭାଙ୍ଗି ଗଲା | ନିଦ ଭାଙ୍ଗି ବlରୁ ଜାଣିଲି ମୁଁ ସ୍ବପ୍ନ ଦେଖୁଥିଲି ଓ ମୋର ବୋଉ ମରିନି ବୋଲି ,କିନ୍ତୁ ମୁଁ କାନ୍ଦୁଥିଲି ଓ ମୋ ଆଖିରେ ଲୁହ ଥିଲା | ଗାଡି ଖୋର୍ଧାରୋଡ଼ ପହଂଚୁ ଥିଲା ସକାଳୁ ସକାଳୁ | ଘଣ୍ଟେ ପରେ ମୁଁ ଘରେ ପହଂଚିଲି ଓ ବୋଉକୁ ସବୁ କଥା କହିଲି ସେ ବି କାନ୍ଦି ପକାଇଲା ଓ କହିଲା ତୁ ଆସି ଗଲୁଣିନା ଏଥର ମୁଁ ଠିକ ହୋଇଯିବି ମୋର କିଛି ହେବନି |


Rate this content
Log in