STORYMIRROR

kamal kumar dash

Others

3  

kamal kumar dash

Others

ବନ୍ଧୁତା

ବନ୍ଧୁତା

1 min
232


ଜୀବନ ମରୁର ମରୂ ଉଦ୍ୟାନ ସେ

ଅନ୍ଧାରେ ଅଲୋକ ଧାରା

ଶୁଷ୍କ ବୈଶାଖର ଆକାଶରେ ଢାଳେ

ଶ୍ରାବଣର ବାରି ଧାରା--୧


ଅଶାନ୍ତ ମନରେ ଶାନ୍ତ ଘନ ଛାୟା

ସବୁଜିମା ଶୀତଳତା

ଥକା ଜୀବନରେ ସୁଶୀତଳ ନୀର

କୁସୁମିତ ମଧୁରତା--୨


ରକ୍ତର ସଂର୍ପକ ନୁହେଁ ଏତ ଭାଇ

ଆମ ହାତ ଗଢା କଥା 

ବାଟ ଚାଲୁ ଚାଲୁ ଜୀବନପଥରେ

ଗଢିଛୁ ଆମେ ବନ୍ଧୁତା--୩


ଏକାଠି ଖାଇଛୁ ଏକାଠି ଶୋଇଛୁ

କାଟିଛୁ ଦିନ ସାଥୀରେ

କେତେ ହୋଲି ଆଉ ଦୀବାଲି ରାତିରେ

ରହିଛୁ ଆମେ ପାଖରେ--୪


ପିଲା ଦିନ ସାଂଗ କବାଡି ଖେଳର

ସାଥୀ ମୋର ହୃଦୟର

ଆମ ଏ ବଂଧୁତା ଜନ୍ମ ଜନ୍ମାନ୍ତର

ନାହିଁ ତାର ପଟାନ୍ତର--୫


Rate this content
Log in