STORYMIRROR

DILIP KUMAR SAHOO

Others Children

3  

DILIP KUMAR SAHOO

Others Children

ବିଷମ ଏ ଗିରିଷମ

ବିଷମ ଏ ଗିରିଷମ

1 min
178

ଗିରିଷମ ଋତୁ ବିଷମ କାଳ

ବହୁଅଛି ଝାଞ୍ଜି ବହୁଛି ଝାଳ ।

ପାଚିଲାଣି ଆମ୍ବ ପାଚିଲା ତାଳ

ଦେଖୁଦେଖୁ ବହେ ପାଟିରୁ ଲାଳ ।

ପାଟିକୁ ସୁଆଦ ବାସି ପଖାଳ

ଚକୁଳି ପିଠାକୁ ପଣସ ଝୋଳ ।

ଶୁଖିଲା ପୋଖରୀ ଶୁଖିଲା ନାଳ

ପାଣି ପାଇଁ ଲୋକ ଭାରି ବିକଳ ।

ଦୂର ପାହାଡରେ ସେ ଦାବାନଳ

ପଶୁ ପକ୍ଷୀ ଙ୍କୁ ତ ହେଉଛି କାଳ ।

ଜଳ ଶୁଷ୍କତା ତ ଏଦିନେ କାଳ

ସେଥିପାଇଁ ପିଅ ପ୍ରଚୁର ଜଳ ।

ଗରମ ସାଙ୍ଗକୁ କରୋଣା କାଳ

ସାରା ବିଶ୍ବ ପାଇଁ ବିଷମ ବେଳ ।

ବିଜ୍ଞାନୀ ମଣିଷ ପାଉନି ଥଳ

କେଉଁଠି ଶେଷ ତା କେଉଁଠି ମୂଳ ।

ସ°ଗ ନୀରୋଧ ହିଁ ଗୋଟିଏ ବଳ

ସୁତୁରା ରହିଲେ ମିଳେ ସୁଫଳ ।



Rate this content
Log in