ବିଶ୍ଳେଷଣ
ବିଶ୍ଳେଷଣ
1 min
341
ମନ ମାନେନି
ପାଦ ଥିବା ଯାଏ ମାଟିରେ
ଆକାଶଟା ଲାଗେ ଦୂର
ବହୁ ଦୂର ।
ଯେମିତି ଉଡ଼ି ଶିଖିଲେ
ନିଜ ଲୋକ ଲାଗେ ପର
ସାତ ପର ।
ସାତ ସାଗର, ତେର ନଈ
ଆରପାରେ ଦିଶୁ ଥିବା ଘର
ଚିତ୍କାର କରି କହେ-
ସେଇଟା ମୋ ଘର, ମୋ ସହର
ନିତି ଆସି ମେଘ ଛୁଏଁ
ମଥାନ ଯାହାର ।
ଏଇମିତି ପାଦ ଉଠିଲେ
ମାଟିରୁ, ସବୁ ଅସମ୍ଭବ
ଜଣା ପଡ଼େ ସମ୍ଭବ,
ସବୁ ଯନ୍ତ୍ରଣା ଆପେ ଆପେ
ହୋଇ ଯାଏ ଲାଘବ ।
