Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ବିଚିତ୍ର ଠାକୁର

ବିଚିତ୍ର ଠାକୁର

1 min
6.8K


ବି- ବିଶ୍ବାସ ନ ହେଲେ ବି ସତ

ବିଚିତ୍ର ସେହି ଜଗନ୍ନାଥ

ବିଚିତ୍ର ତାର ଶ୍ରୀମନ୍ଦିର

ବିଗ୍ରହ ବିଷ୍ନୁ କଳା ଠାକୁର

ବିଧାନ ମତେ ପୂଜନ୍ତି ଜନ

ବାନ୍ଧେ ଭବରେ ଭକ୍ତ ଙ୍କ ମନ


ଚି - ଚିତାକର୍ଷକ ରୂପ ସମ୍ଭାର

ଚିତ୍ତ ହରଇ ଦର୍ଶକ ର

ଚିତ୍ରକାର ଚାତୁର୍ଯ୍ୟ ଅତି

ଚିତ୍ରାର୍ପିତ କରିଲେ ଚିନ୍ତି

ଚିରକାଳ ରହିଛି ରହିଛି ଥିବ

ଚିରାଚରିତେ ପୂଜା ପାଇବ l


ତ୍ର - ତ୍ରି ରଙ୍ଗର ରୂପ ସମ୍ଭାର

ତ୍ରାଣକର୍ତ୍ତା ଉତ୍କଳର

ତ୍ରିଦେବ ଙ୍କ ଶକତି ନେଇ

ତ୍ରିଭଙ୍ଗୀ ରେ ଭକତେ ଚାହିଁ

ତ୍ରି ଗୁଣକୁ ଅଙ୍ଗେ ଧରିଛି

ତ୍ରି କଳରେ ଥିବ ରହିଛି l


ଠା - ଠାଣିରେ ଭକ୍ତେ ହୁଅନ୍ତି ବାଇ

ଠାବରୁ ଜମା ଉଠଇ ନାହିଁ

ଠାରରେ ସଦା କହଇ କଥା

ଠା ଖାଇଲେ ଲାଗଇ ମିଠା

ଠାକୁର ସିଏ ଓଡ଼ିଆ ଙ୍କର

ଠାପରା ନୋହି ଭକ୍ତି କର l


କୁ - କୁକର୍ମ କଲେ ଛାଡେନି ଜମା

କୁତ୍ସାତ ଜନେ ଦିଅଇ କ୍ଷମା

କୁଞ୍ଜ ରସିକ ବୋଲାଏ ସିଏ

କୁଞ୍ଜ ରୁ କୁଞ୍ଜ ବିହରି ଥାଏ

କୁଟ କପଟ ଭରିଚି ପେଟ

କୁବେର କରେ ପାଇଲେ ବାଟ


ର - ରସିକ ପଣେ ରସିଲା ରମା

ରାସଲୀଳା ରେ ମୋହିଲା ବାମା

ରଥରେ ବସେ ନିଶ୍ଚଳ ମନେ

ରଙ୍କିଙ୍କୁ ଦେଖି ଭକତ ଜନେ

ରକ୍ଷା କରତା ସର୍ବ ଜନର

ରଖିବା ଲୟ ତାଙ୍କ ପୟର l


Rate this content
Log in