Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4  

DILIP KUMAR SAHOO

Others

ଭରଚୁଆଲ୍ ବାହାଘର

ଭରଚୁଆଲ୍ ବାହାଘର

1 min
510


କରୋନା ଡରରେ ସବୁ କଟକଣା

ପୋଲିସି ବାବୁଙ୍କୁ ଡର

ଆଡମ୍ବର କଲେ ଚଢାଉ କରିସେ

କରିଦେବେ ଥରହର ।

ମତୁଆଲା ହୋଇ ବରଯାତ୍ରୀ ମାନେ

ପାରୁତ ନାହାନ୍ତି ନାଚି

ଅମାନିଆ ହେଲେ ହାଜତେ ପସିବ

ଖାକିବାଲା ଦେବେ ଛେଚି ।

ସେଇ ଡରେ ଏବେ ହେଉଅଛି ପରା

ଭରଚୁଆଲ୍ ବାହାଘର

ବର କନିଆଁ ଙ୍କୁ ଯୋଡିଦେବା ପାଇଁ

ଅଭିନବ ଉପଚାର ।

ବାଜା ବାଜୁନାହିଁ ମହୁରୀ ବାଜୁନି

ଫୁଟୁନି ଗଡମା ବାଣ

ଭିଡିଓ କଲ୍ ରେ ବନ୍ଧୁ ନିମନ୍ତ୍ରଣ

ହେଉ ନାହିଁ ପ୍ରସେସନ ।

ବର କନିଆଙ୍କ ମାଳ ଦିଆନିଆ

ନିରୋଳା ଜାଗାରେ କାହିଁ

ନନା ତ କରନ୍ତି ମନ୍ତ୍ର ଉଚ୍ଚାରଣ

ମନ୍ଦିର ରେ ତାଙ୍କ ରହି ।

ଇଣ୍ଟରନେଟରେ ଯୋଡା ଯୋଡି ସବୁ

ଆଶୀର୍ବାଦ ଦିଆଦେଇ

କରୋନା ଡରରେ ଭରଚୁଆଲ୍ ସବୁ

ଟିଭିକୁ ବସିଥା ଚାହିଁ ।



Rate this content
Log in