STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ଭୋକ

ଭୋକ

1 min
195

ସହିହୁଏନାହିଁ ପେଟର ଭୋକ

ଅନୁଭବୀ ଏକା ବୁଝେସେ ଦୁଃଖ।


ଭୋକହେଲେ ସବୁ ଅନ୍ଧାର ଦିଶେ

ଭୋକହେଲେ ପାଦ ଅବାଟେ ଖସେ ।


ଭୋକହେଲେ ରାଗ ଯାଏରେ ଚଢି

ରକ୍ତଚାପ ପୁଣି ଯାଏରେ ବଢି ।


ଭୋକିଲା ମଣିଷ କରଇ ପାପ

ଅବୁଝାଙ୍କୁ ସବୁ ଲାଗଇ ଗପ ।


ଭୋକ ଦାଉ ଲୋକେ ନପାରି ସହି

ଦାଦନ ଯାଆନ୍ତି ଖଟିବା ପାଇଁ ।


ଅଜଣା ରାଇଜ ଅଚିହ୍ନା ଲୋକ

ଖଟି ଖଟି ସେଠି ହୁଅନ୍ତି ମୁକ ।


ମୁହଁ ଖୋଲିଲେ ତ କୋରଡା ବସେ

ଭୋକ ପାଇଁ ସବୁ ଅନ୍ଧାର ଦିଶେ ।


ଭୋକ ବୁଝେନାହିଁ ମାନ ସମ୍ମାନ

ଭୋକରେ ମଣିଷ ହୁଏ ଅଜ୍ଞାନ ।


ଭୋକ ପାଇଁ କେତେ ଭୁଲନ୍ତି ବାଟ

ଚୋର କିଏ ହୁଏ କିଏ ବା ଖଣ୍ଟ ।


ଭୋକ ପାଇଁ କିଏ ପିଲାକୁ ବିକେ

ଭୋକ ପାଇଁ କିଏ ସଭିଙ୍କୁ ଠକେ ।


ପେଟ ପାଇଁ ଏଠି ଚାଲିଛି ନାଟ

ଭୋକିଲା ମଣିଷ ମାରଇ ଚୋଟ ।



Rate this content
Log in