STORYMIRROR

Pradesh Kumar Pradhan

Others

3  

Pradesh Kumar Pradhan

Others

ଭଜ ମନ

ଭଜ ମନ

1 min
13.9K


ଭଜ  ମନ...


ମନ ହୁଏ ଆଜି  ତୁମ ନାମ ଭଜିବାକୁ
ହେ ମହାବାହୁ  ତୁମ ନାମ ଜପିବାକୁ  ,
ବଡ ଦାଣ୍ଡର ଧୁଳି
ଦେହରେ ମୋ ବୋଳି
ବାଇଶି ପାହାଚେ ମନ ଆଜି ଗଡିବାକୁ .....
ସଞ୍ଚ ସଳିତାରେ ଦେଖିଛି ତୁମ
ମୋହନ ରୂପ
ପଡିଛି ଛାପ
ଜହ୍ନ ଆଲୁଅରେ
ନିଶୀଥ ବେଳାରେ
ମନ ହୁଏ ବିରହେ ତୁମକୁ ଝୁରିବାକୁ ...
ମନ ହୁଏ ଗରୁଡ ପଛରେ ତୁମକୁ ଦେଖିବାକୁ ..
ସଂସାର ମୋହ ପଛେ ଛାଡି
ଜୀବନ ରଥ ଯାଏ ଗଡି
ସିଂହ ଦ୍ୱାର ଡେଇଁ
ରାମ ନାମେ ମନ ଦେଇ
ମନ ହୁଏ ସ୍ୱର୍ଗ ଦ୍ୱାରେ ଶୋଇବାକୁ ....
ମନ ହୁଏ ଆଜି  ତୁମ ନାମ ଭଜିବାକୁ
ହେ ମହାବାହୁ  ତୁମ ନାମ ଜପିବାକୁ  ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍