STORYMIRROR

kamal kumar dash

Others

3  

kamal kumar dash

Others

ଭାରି ଭଲଲାଗେ

ଭାରି ଭଲଲାଗେ

1 min
165


   ଭାରି ଭଲଲାଗେ  ଆଜି ମତେ ସାଙ୍ଗ 

      କଥା ହୋଇ ତୋ ସାଥିରେ 

   କେଉଁଠି ଅଛୁ ତୁ    କେମିତି ଅଛୁତୁ 

       କେବେ ଆସିବୁ ତୁ ଘରେ (୧)

  ଗଲା ଦିନ ସବୁ      ଫୁଣି ଫେରିଆସେ 

       କଥା ହେଲେ ତୋ ସାଥିରେ 

  ଗାଁ ଆମ୍ବ ତୋଟା     କ୍ରୀକେଟର କଥା 

       ମାଛ ଧାରା ନଈ ଧାରେ (୨)

 ଗାଁ ଭୋଜି ଭାତ      ସଙ୍ଗାତ ମୈତ୍ର 

        ଅଜା ଆଉ ଆଇବୁଢ଼ୀ 

ବାଡ଼ି ବର କୋଳି      ବର ଗଛ ଦୋଳି 

       ବାପା ମା କକେଇ ଖୁଡି (୩) 

ସ୍ମୃତି ର ସେ ଦିନ      ଆଜିବି ରହିଛି

       ମୋର ହୃଦୟ ଭିତରେ 

ତୁମ କଥା ସବୁ        ମନେ ପଡେ ଆଜି 

        ଭାବୁଛି ଫେରିବି ଘରେ (୪)

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍