STORYMIRROR

Prakash Kumar Chand

Others

3  

Prakash Kumar Chand

Others

ଭାରି ଭଲ ଲାଗେ

ଭାରି ଭଲ ଲାଗେ

1 min
14.2K


ଭାରି ଭଲ ଲାଗେ ଶୀତ ସକାଳର

କଅଁଳିଆ ସୁନା ଖରା

ଭାରି ଭଲ ଲାଗେ ଧାନ ବିଲ ପରା

କୁହୁଡ଼ିରେ ଥିଲେ ଘେରା ।

ଭାରି ଭଲ ଲାଗେ ଘାସର ଉପରେ

କାକର ଟୋପାର ବିନ୍ଦୁ

ଭାରି ଭଲ ଲାଗେ ଦେଖା ହୋଇଗଲେ

ପୁରୁଣା ସଙ୍ଗାତ ବନ୍ଧୁ ।

ଭାରି ଭଲ ଲାଗେ ଦୂରୁ ଦେଖିଦେଲେ

ସୋରିଷ ଫୁଲର କ୍ଷେତ

ଭାରି ଭଲ ଲାଗେ ଆମ୍ବ ଗଛ ଡାଳେ

କୋଇଲି ଗାଇଲେ ଗୀତ ।

ଭାରି ଭଲ ଲାଗେ ଆମ ଗାଁଆ ପାଖ

ଅଙ୍କାବଙ୍କା ସରୁ ନଈ

ଭାରି ଭଲ ଲାଗେ ନାଉରି ଭାଇଟି

ନାଆ ନେଉଥିଲେ ବାହି ।

ଭାରି ଭଲ ଲାଗେ ଗୋଧୂଳି ବେଳାରେ

ଗୋଠ ବାହୁଡ଼ିଲେ ଘର

ଭାରି ଭଲ ଲାଗେ ସଂଜ ନୀଡେ ଫେରା

ମାଳ ମାଳ ପକ୍ଷୀଙ୍କର ।

ଭାରି ଭଲ ଲାଗେ ମୋର ଗାଁଆ ମୋତେ

ଯୋଉଠି ମୁଁ ଜନମିଛି

ଭାରି ଭଲ ଲାଗେ ମୋର ମାଆ ମତେ

କଥା ଯିଏ ଶିଖେଇଛି ।

ପ୍ରକାଶ କୁମାର ଚାନ୍ଦ, ଜୟପୁର ଶାସନ ପିପିଲି ପୁରୀ

ମୋ ୯୮୫୩୩୫୪୯୩୮


Rate this content
Log in