STORYMIRROR

ଶିଶିର ସାହୁ ମନୋଜ

Others

3  

ଶିଶିର ସାହୁ ମନୋଜ

Others

ଭାଙ୍ଗିଯିବା ହେଲେ ନଇଁବା ନାହିଁ

ଭାଙ୍ଗିଯିବା ହେଲେ ନଇଁବା ନାହିଁ

1 min
164

ସତ୍ୟର ସଙ୍ଘର୍ଷ ସତ୍ତା ସଙ୍ଗେ

ନ୍ୟାୟ ଲଢୁଚି ନିରଙ୍କୁଶତା ସାଥେ

ଅନ୍ଧକାର ଦେଇଛି ଆହ୍ଵାନ

କିରଣ ଅନ୍ତିମ ଅସ୍ତ ହେଉଛି

ଦୀପ ନିଷ୍ଠାର ନେଇ ନିଷ୍କମ୍ପ

ବଜ୍ର ପଡୁ ବା ହେଉ ଭୂକମ୍ପ

ଏ ସମାନତାର ନୁହଁଇ ଯୁଦ୍ଧ

ଆମେ ନିହତ୍ଥ,ଶତୃ ସନ୍ନଦ୍ଧ

ସବୁ ପ୍ରକାର ଶସ୍ତ୍ରରେ ସଜ୍ଜ

ଆଉ ପଶୁବଳ ହେଲାଣି ନିର୍ଲଜ

କିନ୍ତୁ ତଥାପି ଜୁଝିବାର ପ୍ରଣ

ଅଙ୍ଗଦ ବଢାଇଲା ଚରଣ

ପ୍ରାଣ ପଣେ କରିବା ପ୍ରତିକାର

ସମର୍ପଣର ସନ୍ଧି ଅସ୍ଵୀକାର

ବାଜିରେ ସବୁକିଛି ଲାଗିଛି

ଆଉ ରହି ହେବ ନାହିଁ

ଭାଙ୍ଗି ଯିବା ହେଲେ

ଆମେ ନୋଇଁବା ନାହିଁ

©ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତା

ଟୁଟ୍ ଜାଏଙ୍ଗେ ମଗର ହମ୍ ଝୁକେଙ୍ଗ ନହିଁ ର ଓଡ଼ିଆ ଭାବାନୁବାଦ


Rate this content
Log in