ଭାବ ବିନୋଦିଆ
ଭାବ ବିନୋଦିଆ
1 min
179
ଭାବରେ ଭାବିଲେ ଭାବରେ ଭଜିଲେ
ଭବରୁ କରଇ ପାରି
ଭାବ ବିନୋଦିଆ ଭବ ଯାତନାକୁ
ଭାବରେ ନିଅଇ ହରି ....
ଭୁବନ ମୋହନ ଭକତ ଜୀବନ
ଭାବ ଭକତିରେ ବନ୍ଧା
ଭକତିର ଡୋର ଭକତର ସ୍ୱର
ଭାବରେ ହୁଅଇ ଛନ୍ଦା
ତା ଭାବେ ଭିଜିଲେ ତା ଭାବେ ହଜିବ
ଭବରଙ୍ଗ ଖେଳ ସାରି.….
ଭାବର ସାଗର ଭାବରେ ସୁନ୍ଦର
ଭାବେ ଭାବମୟ ଧରା
ଭାବରେ ଭରସା ଭାବର ବରଷା
ଭାବରେ ଭୁବନ ତୋରା
ଭାବକୁ ବୁଝିଲେ ଭାବରେ ମଜ୍ଜିଲେ
ଭବ ଦୁଃଖ ଯିବ ସରି ...
