STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଭାବ ବିନୋଦିଆ

ଭାବ ବିନୋଦିଆ

1 min
174

    ଭାବରେ ଭାବିଲେ ଭାବରେ ଭଜିଲେ

             ଭବରୁ କରଇ ପାରି

       ଭାବ ବିନୋଦିଆ ଭବ ଯାତନାକୁ

            ଭାବରେ ନିଅଇ ହରି ....


        ଭୁବନ ମୋହନ ଭକତ ଜୀବନ

            ଭାବ ଭକତିରେ ବନ୍ଧା

        ଭକତିର ଡୋର ଭକତର ସ୍ୱର

            ଭାବରେ ହୁଅଇ ଛନ୍ଦା

    ତା ଭାବେ ଭିଜିଲେ ତା ଭାବେ ହଜିବ

           ଭବରଙ୍ଗ ଖେଳ ସାରି.….


       ଭାବର ସାଗର  ଭାବରେ ସୁନ୍ଦର

          ଭାବେ ଭାବମୟ ଧରା

       ଭାବରେ ଭରସା ଭାବର ବରଷା

          ଭାବରେ ଭୁବନ ତୋରା

      ଭାବକୁ ବୁଝିଲେ ଭାବରେ ମଜ୍ଜିଲେ

         ଭବ ଦୁଃଖ ଯିବ ସରି ...


Rate this content
Log in