ବଦନାମ୍
ବଦନାମ୍
1 min
202
ତୁମ ବିଶ୍ୱାସର ବସାଘରେ
ଲାଗିଯାଇଛି ଅଳନ୍ଧୁ
ମୁଁ ଯେତେ ସ୍ବଚ୍ଛତାର ଝାଡ଼ୁରେ ଝାଡିଲେ
ଗୋଟିଏ ଜାଗାରୁ ଯାଇ
ଆଉ କୋଉଠି ଲଟକ୍ ରହୁଛି ।।
ଔଜ୍ବଲ୍ଯ ଲୁହାର ହୃଦୟରେ
ଲାଗିଲା କଳଙ୍କ
କାହାର ଆଦ୍ରବାୟୁ ସଂସ୍ପର୍ଶରେ ....।।
ଇତିହାସ ନା ସାହିତ୍ୟ
ସ୍ମୃତି ଆଉ ସମ୍ଭାବନାର
ସବୁ ବହିରେ ଲାଗିଯାଇଛି ଉଈ ...।।
ଚରିତ୍ରର ସ୍ମାରକ ପତ୍ରକୁ
କାଟିଦେଇଛି ମୂଷା...
ଆଜି ମୁଁ
ଅତଡା ଖସା କୋଢ ଭଳି
ଆଉଜି ଯାଉଛି
ବଦନାମ୍ ର ବିଭୀଷିକାରେ ...।।
