STORYMIRROR

Lalatendu Kabi

Others

3  

Lalatendu Kabi

Others

BARSHAA BHAABANAA ବର୍ଷା ଭାଵନା

BARSHAA BHAABANAA ବର୍ଷା ଭାଵନା

1 min
26.7K


ବର୍ଷା ଭାବନା

 

ପରିଧିରେ ଧୀରେ ଧୀରେ ବାରିଧର ଧାରା

ଝରାଏ ରୁଧିର ଧାର ଉଦ୍ଧରିବ ଧରା ||-୧

 

ତଟିନୀର ନୀର ତୀର ତୀରଜ ତୁରଣ

ଉଲ୍ଲସିତ ଶୀତ ପାତେ ଶତ ଶିହରଣ ||-୨

 

ତପନ ବିଦାହେ ତ୍ରାତାତୁର ତରୀ ତୃଣ

ଶୂଥଶ୍ରାନ୍ତ ବ୍ୟଥା ମିତ ବାତେ ପ୍ରଶମନ ||-୩

 

ଅବ୍ଦ ଅନ୍ତେ ଶବ୍ଦ ପାତେ ଜଳଦନନ୍ଦିନୀ

ଉଗ୍ର ଗର୍ଜନେ ତର୍ଜନା ସର୍ଜେ ଉନ୍ମାଦିନୀ ||-୪

 

ତେଜି ଦିଶା ଅନ୍ତ ଭୀମକାନ୍ତ ଦୂରବାସୀ

ପାଶେ ଆସି ସୁଧାରାଶି ଦିଅ ହେ ବରଷି ||-୫

 

ଲଲାଟେନ୍ଦୁ କବି      ୧୧-୭-୨୦୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍