Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptimayee Biswal

Others

3  

Diptimayee Biswal

Others

ବୈଧବ୍ୟ

ବୈଧବ୍ୟ

1 min
212



ଧଳା ଲୁଗା,

ଲଙ୍ଗଳା ହାତ,

ଶୂନ୍ୟ କପୋଳ....

ଏଇ ତକ ଆଙ୍କି ପାରିଲେ

ଆଙ୍କି ହୋଇଯାଏ ଚରିତ୍ରଟିଏ

ସଂସାର ଯାହାକୁ ବିଧବା କହେ ।


ଦୁଇଟି ସଜଳ ଚକ୍ଷୁ,

ଚୁରମାର୍ ମେଞ୍ଚାଏ ସ୍ବପ୍ନ,

ଗୋଟେଇ ହେଉନଥିବା ମନ,

ଦୋହଲି ଯାଉଥିବା ବିଶ୍ୱାସ,

ନିଆଶ୍ରି କୁଟାଖିଅ ପରି ଭାସି ଚାଲିଥିବା ଜୀବନ.....

ଏଇତକ ବୋଧେ ବୈଧବ୍ୟ ର ଚିହ୍ନ !


କିନ୍ତୁ ବୈଧବ୍ୟ ଲାଗି

ବିଧବା ହେବା ଜରୁରୀ ତ ନୁହେଁ !

ଶଙ୍ଖା, ସିନ୍ଦୂର,ଅଳତା,କଜଳ ଆଢ଼ୁଆଳରେ

ଗୁମୁରୁଥାଏ ଅଭାଗିନୀ,

ଯେତେବେଳେ......

ସ୍ବାମୀ ବୋଲାଉଥିବା ମଣିଷଟି

ସୀତା ପରି ସୁନ୍ଦର

ମୃତ୍ୟୁ ପଛେ ଧାଏଁ ।

************


ଦୀପ୍ତିମୟୀ ବିଶ୍ବାଳ

ବାଜି ରାଉତ ଛାତ୍ରାବାସ,

ଅନୁଗୋଳ ।



Rate this content
Log in