STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ବୈଚିତ୍ରମୟ

ବୈଚିତ୍ରମୟ

1 min
25.7K


ବୈତିତ୍ରମୟ
କୋଇଲିର କୁହୁ କୁହୁ ସ୍ୱର
ମଳୟର ମୃଦୁ ଝଙ୍କାର
କରିବେ ସ୍ଥାପନ ସତ୍ୟ ଓ ଶାନ୍ତି ,
ପାପର ହୋଇବ ବିନାଶ
ପ୍ରେମ ଥିବ ସଭିଙ୍କର ପାଶ
ଚତୁର୍ଦ୍ଦିଗେ ଧର୍ମ କରିବ ରାଜୁତି।
ଶୁଭ ଦିନ ଦିନେ ଆସିବ
ନୂଆ ସକାଳ ମନ ଦେଖିବ
ବିଶ୍ୱ ମଙ୍ଗଳ ପାଇଁ ମହାଯୁଦ୍ଧ ,
ସବୁ ସ୍ୱପ୍ନ ଆଜି ଭସ୍ମିଭୁତ
ଉଜୁଡିଯାଏ ଆଶାର କ୍ଷେତ
ରାବଣ ବଦଳେ ରାମ ହୁଏ କୃଶବିଦ୍ଧ।
ଧର୍ମ ସିଂହାସନ ଅଟେ ଶୂନ୍ୟ
ପିତାମହ,ଗୁରୁଦେବ ହୋଇଗଲେ ପୁଣ୍ୟ
ଭବିଷ୍ୟତ ସବୁଦିନ ପାଇଁ ଅନ୍ଧକାର ,
ବିଶ୍ୱ ଆଜି ଶକ୍ତିହୀନ
ପୁତ୍ର ଦିଏ ରକ୍ତେ ପିଣ୍ଡ ଦାନ
ଶୁଭେ ବୈଧବ୍ୟର ହା ହା କାର।
ପଥଭ୍ରଷ୍ଟ ହୁଏ କେହି ସମୟ ପଥରେ
ଚାଲେ ସଦା ବିଳାସ ରଥରେ
ସ୍ୱାଗତ କରେ ଚିର ଅନ୍ଧକାର,
ତଥାପି ତୁମେ ସତ୍ୟ ତୁମେ ସ୍ଥିର
ତୁମେ ପୁଣି ଅଟ ନିର୍ବିକାର
ତୁମ ଇଚ୍ଛା ପୂର୍ଣ୍ଣ ହେଉ ହେ ନିରାକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍