STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ବୈଚିତ୍ରମୟ ଚୈତ୍ର

ବୈଚିତ୍ରମୟ ଚୈତ୍ର

2 mins
169

ବୈଚିତ୍ରମୟ ଚଇତ୍ର ଶୋଭା ସମ୍ଭାର

କେତେ ପୂଜା କେତେ ପର୍ବ ଭାବ ବିଭୋର

ଅଶୋକାଷ୍ଟମୀ ଆଉ ବିଷୁବ ସଂକ୍ରାନ୍ତି

ଶ୍ରୀରାମ ନବମୀ ହନୁମାନ ଜୟନ୍ତୀ

ମାଆଙ୍କର ଆବାହନ

ଉଛୁଳେ ମଣ୍ଡପ ମାନ

ବାସନ୍ତୀ ଦୁର୍ଗାଙ୍କ ପୂଜା ଧର୍ମ ଆସର....

ବରଷର ଶେଷ ମାସ ମାସ ଚଇତ୍ର

ଚଉଦିଗ ରଙ୍ଗଭରା ଅପୂର୍ବ ଚିତ୍ର

ଚଇତ୍ର ପୂର୍ଣ୍ଣିମୀ ଦିନ ବରଷ ସରେ

ଚନ୍ଦ୍ର ଯୁକ୍ତ ହୋଇଥାଏ ଚିତ୍ରା ନକ୍ଷତ୍ରେ

ଋତ୍ତୁରାଜ ଯେ ବସନ୍ତ

ରାଜୁତି ର ହୁଏ ଅନ୍ତ

ବୈଶାଖ ଆସଇ ନେଇ ତାତି ପ୍ରଖର

ବୈଚିତ୍ର୍ୟମୟ ଚଇତ୍ର ଶୋଭା ସମ୍ଭାର...

କୈବର୍ତ୍ତଙ୍କ ବଡ ପର୍ବ ଚୈତ୍ର ପୂର୍ଣ୍ଣମୀ

ଘର ପରିବାର ହସେ ଶ୍ରଦ୍ଧାରେ ଝୁମି

ଘୋଡାନାଚ ହୁଏ ପୁଣି ବାଶେଳୀ ପୂଜା

ମନ ଛୁଇଁଯାଏ ଢୋଲ ମହୁରୀ ବାଜା

ବଖାଣେ କୈବର୍ତ୍ତ ଗୀତା

ମାଆ ବାଶେଳୀ ଙ୍କ କଥା

ଘୋଡାନାଚ ରଙ୍ଗରସ ପୂଜୋପଚାର....

ବୈଚିତ୍ରମୟ ଚଇତ୍ର ଶୋଭା ସମ୍ଭାର...

ତ୍ରେତୟା ଯୁଗର ଜଣେ ରାଜା ଯେ ଦାସ

କୈବର୍ତ୍ତ ସମାଜର ସେ ଆଦି ପୁରୁଷ

ପରୋପକାରୀ ପର ସେବାରେ ବ୍ରତୀ

ଜ୍ଞାନ ଧ୍ୟାନ ଦାନ ଧର୍ମେ ତାଙ୍କରି ମତି

ଯେଉଁଠି ଅଯୋଧ୍ୟା ଶେଷ

ସେଇଠି ସେ ରାଜା ଦାସ

ନାଆ ବାହାନ୍ତି ନିତି ସରୋଜୁ ନଦୀର...

ବୈଚିତ୍ରମୟ ଚଇତ୍ର ଶୋଭା ସମ୍ଭାର...

ପିତୃ ସତ୍ୟ ପାଳି ରାମ ବନେ ଚଳିଲେ

ସରଜୁ ନଦୀ କୂଳରେ ଦାସେ ମିଳିଲେ

ଶ୍ରୀରାମଙ୍କୁ ପାଇ ଦାସ ଅଧୀର ହେଲେ

ପାଦ ଧୋଇ ପ୍ରଭୁଙ୍କର ପୂଜା କରିଲେ

ନୌକାରେ ନେଇ ତାଙ୍କର

ସରୋଜୁ କରିଲେ ପାର

ହରସ ହୋଇଲେ ପ୍ରଭୁ କୋଦଣ୍ଡଧର…

ବୈଚିତ୍ର୍ୟମୟ ଚଇତ୍ର ଶୋଭା ସମ୍ଭାର...

ଅଯୋଧ୍ୟାର ସୀମାରେଖା ହୋଇଲା ଶେଷ

ଦାସ ରାଜାପରେ ରାମ ହୋଇଲେ ତୋଷ

ଘୋଡାଟିଏ ଦାସଙ୍କୁ ଉପହାର ଦେଲେ

ସେ ଘୋଡାକୁ ଦାସ ରାଜା ପୂଜା କରିଲେ

ତ୍ରେତୟା ରୁ ହେଲା କଳି

ସେହି ଘୋଡା ସେ ବାଶେଳୀ

ଚଇତ୍ରକୁ ଚିତ୍ରମୟ କରେ ପବିତ୍ର....

ବୈଚିତ୍ରମୟ ଚଇତ୍ର ଶୋଭା ସମ୍ଭାର...

କୈବର୍ତ୍ତ ଗୀତାରେ ପୁଣି ଅଛି ବର୍ଣ୍ଣନ

ପ୍ରଳୟ ଜଳରେ ପ୍ରଭୁ ଶ୍ରୀନାରାୟଣ

କର୍ଣ୍ଣ ମୂଳରୁ ତାଙ୍କ ସରଜି କୈବର୍ତ୍ତ

ଧରାଇଲେ ହାତରେତା ନଉକା କାତ

କରିବାକୁ ଜଳ ପାରି

କଳ ବଳ ଦେଲେ ଭରି

ମାଟି ଘୋଡା ମୁଣ୍ଡ ହେଲା ସନ୍ତକ ତାର...

ବୈଚିତ୍ର୍ୟମୟ ଚଇତ୍ର ଶୋଭା ସମ୍ଭାର...

ମାଟିଘୋଡା ମୁଣ୍ଡ ମାଆ ବାଶେଳୀ ପୂଜା

ଚଇତ୍ର ପୁର୍ଣ୍ଣମୀ ଦିନ ଉଡଇ ଧ୍ବଜା

କୈବର୍ତ୍ତ ସମାଜର ସେ ବଡ ପରବ

ନଉକା ଆହୁଲା କାତ ତାଙ୍କ ଗରବ

ଘୋଡାନାଚ ଗୀତ ଗାଇ

ବୁଲନ୍ତି ସେ ସାହି ସାହି

ଉଛୁଳା ତରଙ୍ଗେ ହୁଏ ପ୍ରାଣ ଅଧୀର....

ବୈଚିତ୍ର୍ୟମୟ ଚଇତ୍ର ଶୋଭା ସମ୍ଭାର...

ଦେବୀପୀଠ ଅଛି କେତେ ରାଇଜେ ଆମ

ଯାଗ ଯଜ୍ଞ ହୁଏ ଚୈତ୍ର ପୂର୍ଣ୍ଣମୀ ଦିନ

କାହିଁ କତେ ଦୂରୁ ଭକ୍ତ ଆସନ୍ତି ଧାଇଁ

ମାଆଙ୍କ ପାଖରେ ଦୀପ ଜାଳିବା ପାଇଁ

ଦିନ ସାରା ପୂଜା ପାଠ

ଉଛୁଳି ପଡଇ ପୀଠ

ନୂଆ ବର୍ଷ ପାଇଁ ଆଶା ହୁଏ ସଞ୍ଚାର...

ବୈଚିତ୍ରମୟ ଚଇତ୍ର ଶୋଭା ସମ୍ଭାର...

ଚୈତ୍ର ପୂର୍ଣ୍ଣିମୀ ପବିତ୍ର ଦିନ ମହାନ

ଦାନ ଧର୍ମ କଲେ ମିଳେ ଅଶେଷ ପୂଣ୍ୟ

ମଠ ମନ୍ଦିରରେ ଭକ୍ତ ପ୍ରଦୀପ ଜାଳି

ସୁଖ ଶାନ୍ତି ପାଇଁ ସବୁ କରନ୍ତି ଅଳି

ଦିଦିନର ଏ ଜୀବନ

ପ୍ରଭୁଙ୍କ ପାଦେ ଶରଣ

କଣାଏ କରୁଣା ଢାଳି ନାସ ଅନ୍ଧାର....

ବୈଚିତ୍ର୍ୟମୟ ଚଇତ୍ର ଶୋଭା ସମ୍ଭାର...



Rate this content
Log in