STORYMIRROR

Abhiram Sahoo

Others

2  

Abhiram Sahoo

Others

ବାକି ଅଛି କଥା କିଛି

ବାକି ଅଛି କଥା କିଛି

1 min
256


ସେଇ ଜହ୍ନ ଅଛି ସେଇ ତାରା ଅଛି

ବାକି ଅଛି କଥା କିଛି

ସେଇ ମନ ଅଛି ସେଇ ଚିହ୍ନ ଅଛି

ହେଲେ ସବୁ ମିଛିମିଛି ।୦।


ବରଷା ରାତେରେ ଦିନେ ଭିଜିଭିଜି

ମୋ ପାଶେ ଆସିଲ ସାଥିଟିଏ ସାଜି

ସପନ ଦୁଆର ସବୁ ଦେଲ ଖୋଲି

ଅନ୍ଧାରି ନିଆଁରେ ଦେଲ ମୋତେ ଜାଳି

ସେଇ ଦେହ ଅଛି ସେଇ ନିଆଁ ଅଛି

ଦିନ ଗଲା ଘୁଞ୍ଚିଘୁଞ୍ଚି ।୧।


ସେ ରାତି ସେ ଛୁଆଁ ପାରୁନି ମୁଁ ଭୁଲି

ବରଷା ଆମକୁ ଗଲା ପଛ କରି

ମେଘ‐ମହ୍ଲାର ଯେ ଗାଉଥିଲା କାଲି

ଆଜି ଡାକାଲେ ବି ଆସୁନାହିଁ ଫେରି

ବୟସ ଆମକୁ ଡେଇଁଗଲା ପରେ

ଖାଲି ସ୍ମୃତି ଅଛି ବଞ୍ଚି ।୨।


Rate this content
Log in