STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ବାଜେ କବିତା ( ଏପ୍ରିଲ ଫୁଲ)

ବାଜେ କବିତା ( ଏପ୍ରିଲ ଫୁଲ)

1 min
14.4K



********

😁😁ବ୍ୟଙ୍ଗ ଗୋସେଇଁ😆😆


ସକାଳୁ ସକାଳୁ କଳlମନ୍ଦିର କୁ

ଭିଡ଼ ଠେଲି ପଶିଗଲି।

ନୂଆ ସୁଉଟୁ ଟେ ନ କିଣିଲେ ଜାଣ

ପ୍ରେଷ୍ଟିଜି ମୋ ନିଆଁ ଚୁଲୀ।

ମୋର ବେଶଭୂଷା ଚାଲି,

ବଦଳି ଯାଇଛି ଦିଇ ଦିନ ହେଲା

ହେଡ ମାଷ୍ଟ୍ର ହେବି ବୋଲି।

ଗ୍ରେଏଡ ପେଏ ଟା ବଢିଯିବ ମୋର

ବାଇ ଶ' ରୁ ଚବିଶି ଶ।

ଦଶ ବର୍ଷ ପରେ ଚାରିଶହ ମିଶି

ଜିପି ହେବ ଅଠେଇଶ ।

ହସେ ଦିଲଖୋଲା ହସ,

ଏଇ ଖୁସିରେ ମୁଁ ଆଉ ଗୋଟେ ବାହା

ହେବି ଏଇ ପୁଷ ମାସ।

କନିଆଁ ଖୋଜୁଛି ମାଟ୍ରିମନିଆଲେ

ଦେଖୁଛି ଶୁଭ ଲଗନ।

ବାଇନ ପଣ୍ଡିତେ କୋଷ୍ଠୀ ଶୁଝିବାକୁ

ନେଇଛନ୍ତି ମୋଠୁଁ ଧନ।

ଉଚ୍ଛନ୍ନ ହେଲାଣି ମନ,

ହେଡ ମାଷ୍ଟ୍ର ହୋଇ ଚଉକି ଦଖଲ

କରିବି ମୁଁ କୋଉ ଦିନ।

କେମତେ କେଜାଣି ମସୁଧାଟା ମୋର

ଘରଣୀ ପାରିଲେ ଜାଣି।

ଗୋଡେଇ ଆସିଲେ ବଳଦ ନୟନା

ଦେଲେ ବ୍ରହ୍ମ ଚଟକଣି।

ଅଙ୍କରେ ସେ ପଣ୍ଡିତାଣୀ,

କାଲକୁ ଲେଟର ଧରି ବୁଝାଇଲେ

ପେଏ ମାଟ୍ରିକ୍ସ ଟା ଆଣି।

ତିନି କୋଡ଼ି ଯିଏ ଷାଠିଏ ଟି ସିଏ

ବୁଝୁନ କି ପିଣ୍ଡା ଓଲୁ।

ଛଅ ଟା ଦିଶୁଚି ଇଙ୍ଗିରାଜି ନଅ

ନଜାଣି ପେଲୁଚ ଗାଲୁ।

କିମ୍ପା ମନ କୁଲୁକୁଲୁ,

ଅକଟୋବର ରୁ କିଏ କଲା ଗେଡୁ

ତମକୁ ଏପ୍ରିଲ ଫୁଲୁ ???



Rate this content
Log in