STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ବାଜେ କବିତା (ବାତ୍ୟା ମୁକାବିଲା)

ବାଜେ କବିତା (ବାତ୍ୟା ମୁକାବିଲା)

1 min
14.9K


ବ୍ୟଙ୍ଗ ଗୋସେଇଁ

*********

ଶୁଣ ଘରମଣି ଟିଭି ରୁ ଦେଖିଲି

ବାତିଆ ଆସୁଛି ମାଡି।

ବଙ୍ଗୋପସାଗର ଅଶାନ୍ତ ହେଉଛି

ଚିଜ ପାତି ରଖ ରେଡି।

କରେଣ୍ଟ ଯିବ ଲୋ ଉଡି,

ଟରଚ ଲାଇଟି ଡିଇମି ଜଳୁଚି

ବେଟ୍ରି ପକା ଏଭାରେଡି।

ମହମ ବତୀ ର ପାକିଟି ଭିତରେ

ଛପେଇଦେ ଦିଆସିଲି ।

ବଜାର ରୁ ଯାଇ କିଣି ଆଣିଚି ଲୋ

ମାସିକ ସଉଦା କାଲି।

ଯେତିକି ଲାଗୁଚି ଡେଲି,

ତାଠୁଁ ଦଶଗୁଣ ଅଧିକା ଆଣିଛି

ନୁଡୁଲୁ, ଚାଉଳ, ଡାଲି।

ଜଟିଆ ଦୋକାନୀ ଆଳୁ ପିଆଜ କୁ

ଲୁଚାଇ ଦେଲାଣି ନେଇ।

ମଉକା ଟା ଦେଖି ଦର ଟା ହାଙ୍କିବ

କହୁଥିଲା ରଙ୍ଗି ଆଈ।

ସନା ମୁଣ୍ଡ ଝାଇଁ ଝାଇଁ,

ବାତ୍ୟା ଯଦି ହେବ ଆସିକା ଫଟି ରୁ

ଟୋପାଏ ମିଳିବ ନାଇଁ।

ଘର ଟା ଭିତରେ ଟିଭି, ଫ୍ରିରିଜି କୁ

ଉଠେଇ ଥୋଇବା ଖଟ।

ଗ୍ୟାସ ସିଲିଣ୍ଡର ହାଣ୍ଡି ଡେକଚି କୁ

ଉଠେଇଦେ ଚଟାପଟ।

କୁଆଡେ ଗଲା ସେ ନଟ,

କହିଥିଲି ତାକୁ କିଣି ଆଣିବାକୁ

ଟ୍ରଅକ ଟିଉବୁ ବୋଟ।

ଲଘୁଚାପ ବର୍ଷା ଘଣ୍ଟା ଏ ଛେଚିଲେ

ସହର ଦିଶିବ ନଈ।

ଘର ଟା ଭିତରେ ପାଣି ପଶି ଗଲେ

ବୋଅଟେ ବସିବା ଯାଇ।

ଚୂଡ଼ା, ପାଉଁରୁଟି ନେଇ,

ଆହୁଲା ମାରି ମୁଁ ତୋତେ ବୁଲେଇବି

ସଜିଲ ଥାଆଲୋ ତୁଇ।

ବରଷା ପାଣି ରେ ସାପ ପଶିଯିବେ

କାଳେ ଯଦି ଆମ ଘର।

ସେଏଭ କରିଥା ସ୍ନେକ ହେଲ୍ପ ଲାଇନ

ସୁକୁଟା ଭାଇ ନମ୍ବର।

ଚେମୁ ଓଝା ଗୁଣିଆ ର,

ତମ୍ପ,ନାଗ, ଚିତି ଯିଏ ବି କାମୁଡୁ

ଫୁଙ୍କି ଦେବ ସେ ମନ୍ତର।

ବରଷା ବଢିଲେ ଅଡୁଆ ବଢ଼ିଲା

ଆମ ପୋଷା ଟମି ପାଇଁ।

ବାହାରେ ତାକୁ ମୁଁ ନେଇ ପାରିବିନି

ବର୍ଷା ରେ ଭିଜି ଯିବଇଁ।

ଶୁଉଣୁ ଲୋ ଚାନ୍ଦ ମୁହିଁ,

ଖବର କାଗଜ ସାଇତି ରଖିଥା

ସେଥିରେ ଦେବୁ ହଗେଇ।

ପଡିଶା ରେ ଆମ ପଣ୍ଡାବାବୁ ଛନ୍ତି

ଭାରି ସେ ପରୋପକାରୀ।

ଟମି ର ମଳ କୁ ତାଙ୍କରି ଘରକୁ

ଫିଙ୍ଗିଦେବୁ ସୁନା ଗୋରୀ।

ଖୁସି ହେବେ ତାଙ୍କ ସ୍ତିରୀ,

ମନେ ସେ ଭାବିବେ ଆକାଶ ମାର୍ଗରୁ

ରିଲିଫ ପଡିଲା ଝରି।

😀😀😀😀


Rate this content
Log in