STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ବାଡୁଅ ବେଶରୁ ବାହା ବୟସ

ବାଡୁଅ ବେଶରୁ ବାହା ବୟସ

1 min
230

ବାଇଶି ପୁରିକି ତେଇଶି ଚାଲିଲା

    ସରିଲା ମୋ ପାଠପଢା,

ବାପା ଚାହୁଁଛନ୍ତି     କରିବାକୁ ବାହା

  କନ୍ୟାଟେ ମୋ ପାଇଁ ଲୋଡା ॥୧॥


ଝିଅ ଖୋଜି ବାପା   ଥକି ପଡିଲେଣି

    ବୋଉର ତ ଖାଲି ଚିନ୍ତା,

ବାପା ଚାହୁଁଛନ୍ତି       ଭଲ ଝିଅଟିଏ

    ବୋଉ କରେ ଧନ ଚିନ୍ତା ॥୨॥


ଭାଇ ଇଚ୍ଛାକରେ     ଚାକିରିଆ ଝିଅ

     ଆମ ପୁଅ ପାଇଁ ଦେଖ,

ଭଉଣୀର ଇଚ୍ଛା       ନଣନ୍ଦ ପୁଟୁଳି

     ମୋ ପାଇଁ ସଜାଡି ରଖ ॥୩॥


ଜେଜେ କହୁଛନ୍ତି    ଜାତି କୁଳ ଦେଖି

     ଜୋତିଷ ମେଳକ କର,

ଜେଜେ ମାଆ କହେ  କାଣୀ କି କୁକୁରୀ

     ଆଗେ ଗୁଣ ଦେଖ ତାର ॥୪॥


ଦାଦା କହୁଛନ୍ତି      ସାତଜନ୍ମ ପାଇଁ

     ବଂଶ ପରମ୍ପରା ଧର,

ଖୁଡୀ କହୁଥାଏ   ମୋ ପରି ବୋହୁଟେ

   ବେଗେ ଖୋଜି ଖୋଜି କର ॥୫॥


ମାମୁ କହୁଥାନ୍ତି     ବନ୍ଧୁ ଯେ ବାନ୍ଧିବା

     ଜାତକ ଗଣନା ଦେଖି

ବନ୍ଧୁଙ୍କର ଇଚ୍ଛା      ଘରକୁ ଘରଣୀ

    ଆଣିବା ଆମେ ପରକ୍ଷି ॥୬॥


ଦେଖୁ ଦେଖୁ ମୋର   ବୟସ ସରିଲା

     ଅଭିଆଡୀ ରହି ଗଲି

କିଏ କହୁଥାଏ   ଭାଗ୍ୟ ଦୋଷ ମୋର

    ଜାତକ ଆଦରି ରହିଲି ॥୭॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍