Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4  

DILIP KUMAR SAHOO

Others

ଅତିଥି

ଅତିଥି

1 min
492


ଶୀତ ଯେବେ ଆସେ ଚିଲିକା ପାଲଟେ

ପକ୍ଷୀଙ୍କର ଚରା ଭୂଇଁ

ବିଦେଶୀ ଅତିଥି କଳରବରେ ତ

ଚଉଦିଗ ଉଛୁଳଇ ।


କାହିଁ କେତେ ଦୂରୁ ଆସନ୍ତି ସେମାନେ

ନଳବଣ ଖୋଜିଖୋଜି

ବାଟକୁ କେମିତି ମନେ ରଖନ୍ତି ସେ

ଯାଆନ୍ତିନି କାହିଁ ହଜି !


ଦିଗନ୍ତ ବିସ୍ତାରି ଚିଲିକା ଛାତିରେ

ପକ୍ଷୀଙ୍କର ସେହି ଠାଣି

ଦେଶ ବିଦେଶର ଦେଖେଣାହାରୀଙ୍କ

ମନ ନେଇଥାଏ କିଣି ।


ସେଥିପାଇଁ ଯେବେ ଶୀତ ମାସ ଆସେ

ଚିଲିକାରେ ଭିଡ ଭାରି

ମାଳମାଳ ଡଙ୍ଗା ନଳବଣ ଯାଏ

ଦେଖେଣାହାରୀଙ୍କୁ ଧରି ।


ଦଳଦଳ ହୋଇ ଜାତିଜାତି ପକ୍ଷୀ 

ପାଣିରେ ଖେଳନ୍ତି ଖେଳ

ଡଙ୍ଗା ହେଲେ ପାଖ ଉଡି ଯାଆନ୍ତି ସେ

ହୋଇ ସବୁ ଦଳଦଳ ।


ଭାସିବା ତାଙ୍କର ଉଡିବା ତାଙ୍କର

ସବୁ ତ ସୁନ୍ଦର ଲାଗେ

ଆଖି ଯାଏ ଲାଖି ସେ ଶୋଭାକୁ ଦେଖି

ମନରେ ଆନନ୍ଦ ଜାଗେ ।


ଶୀତ ଚାଲିଗଲେ ଆରମ୍ଭ ହୁଅଇ

ପକ୍ଷୀଙ୍କ ବାହୁଡା ବେଳ

ଝୁରଇ ଚିଲିକା ଝୁରେ ନଳବଣ

ଗିରିଷମ ହୁଏ କାଳ ।


ବିଦେଶର ସେହି ପକ୍ଷୀଙ୍କ ପାଇଁ କି

ଚିଲିକା ଜଗତେ ଖ୍ୟାତ

ପକ୍ଷୀ ନୁହନ୍ତି ସେ ଅତିଥି ଆମର

ଆମ ପାଇଁ ଗର୍ବ ସେତ ।



Rate this content
Log in