STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଅତୀତ

ଅତୀତ

1 min
343


ଲୁହର ନଦୀରେ ଯାଉଥିଲି ଯେବେ ଭାସି, 

କେଉଁଠୁ କେଜାଣି ଆଣିଲ ମୋତେ ଖୋଜି

ମୋର ହାତେ ପଡିଲ ଧରା

ଆଉ ଛାଢ଼ବିନି ମୁଁ ମନ ରାଇଜେ ରହିବ ପରା

ସାନ୍ତ୍ବନା ଦେଲି ମୁଁ ତମକୁ ହେଉଛି ମୁଁ ସର୍ବହରା 

ତୁମେ ଥିଲେ ପାଖରେ ମୋର

ମୋ ମନ ହସେ ମୋ ଅଗଣା ବାସେ।


ତୁଳସୀ ଗଛ ଉପରେ ନିତି ପାଣି ଦେଇ

ମୋ ଘରକୁ କଲ ମଦିର ପରି

ତମେ ଶିଖାଇଲା ପହଁରିବା ବୁଲିବା 

ଆଧା ପାଣିରେ ବୁଡି ମୁଁ ଯାଉଛି

ବାଟ ଜାଣି ପାରି ନାହିଁ ଫେରିବି କିପରି।


ଉତ୍ତାଲ ଶତ ଢେଉକୁ ଲାଂଘି ଯିବାପରି

ଥରି ଥରି ମୁଁ ଆସିଲେ ଫେରି

ଆଜି ଯେତେବେଳେ କୂଳକୁ ଆସିଲି ତୁମେ ଯାଉଛ ଫେରି

ଦେଖିଲି ମୋ ଦିନେ ଦିନେ ତମ ପାଇଁ ମୋ ପାଇଁ ବାଜୁଛି ବିଜୟଭେରି ।


ଅତୀତର ସେଇ ଅଭିଜ୍ଞତା ତୁମ ଅତିତ ମୋର ସେ ପିଲାଦିନ ଆଉ ଭଲପାଇବା ତମେ ଭୁଲିଗଲ

ଜୀବନକୁ ମୋର ସାର୍ଥକ କରି

ଏବେ ଭରିଦେଲା ପୂର୍ଣ୍ଣତା

ସକଳ ଜିବନ ମୋର ଆସିଛି ଫେରି

ତୁମେ ବିନା ମୁଁ କି ସରି ।


ଆଧା ବାଟରେ ଛାଡି ଦେଇଗଲ

ଭବିଷ୍ୟତ ତମେ ଚଳିବ କିପରି 

ମୋ ମନ ଜୀବନ ତମ ଠାରେ ରାଗ ରୁସା ମାନ

ଅଭିମାନକୁ ଧରି

ଛାଡ଼ି ଚାଲି ଯାଇଛ ମୋତେ ଏକା 

 ମୁଁ ଅତୀତ କୁ ଛାଡ଼ି ।


ମୁଁ ରହିବି କିପରି ତମ ବିନା ମୋ ଘରେ ଏକା ଏକା

ଫେରିଆସ ଯିବା ଆମ ଘରକୁ ଫେରି

ମୋ ମନ ମୟୂରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍