STORYMIRROR

Pradesh Kumar Pradhan

Others

3  

Pradesh Kumar Pradhan

Others

ଅନୁରୋଧ

ଅନୁରୋଧ

1 min
27K


ଅନୁରୋଧ


ପୁଣ୍ୟ ଦେଉଳରେ ଶୂନ୍ୟ ଠାକୁର
ତୁମେ ପଡିଛ ବନ୍ଧା
ଛାଇ ଆଲୁଅର ଖେଳ ଚାଲେ ସେଠି
ଦୂରୁ ଦିଶେ ରୂପ ଅଧା।

ବକ୍ରପଥ ଦେଇ ଚକ୍ର ବଳୟ ଡେଇଁ
ବିରାଜିତ ତୁମେ ରତ୍ନ ସିଂହାସନେ
ସଂସାରର ହୋଇଗଲେ ଅନ୍ଧ
ଚର୍ତୁଦ୍ୱାର ହୋଇଗଲେ ବନ୍ଦ
ତୁମେ ଆସ ସର୍ବଜନ ଧ୍ୟାନେ।

ଅଣଚାଶ ପବନ
ସଦା କରେ ଗମନ
ମଳୟର ସାଥେ ରୁଦ୍ଧ ଦ୍ୱାର ଦେଇ
ଶୁଭ୍ରାଲୋକ ତୁମ ସାଥି
ସତ୍ୟ ଦୟାରେ ରଖି ପ୍ରୀତି
ଦେବଦାସୀ ନାଚେ ତୁମ ଗୀତ ଗୋବିନ୍ଦ ଗାଇ।
କୋଟି ଆନନେ୍ଦ ରୋମେ ରୋମେ ଖେଳେ
ପ୍ରଭୁ ତୁମ ଆଗମନେ,
ହେ ଭାବଗ୍ରାହୀ, ହେ ଶୂନ୍ୟଦେହୀ
ତୁମଠାରେ ରହୁ ଲୟ ମୋର ଏ ଜୀବନେ।


Rate this content
Log in