ଅନ୍ତରୀକ୍ଷେ ଉପସ୍ଥାନ
ଅନ୍ତରୀକ୍ଷେ ଉପସ୍ଥାନ
1 min
234
ବିଜ୍ଞାନର ବଳେ ସମ୍ଭବ ହେବ ଯଦି
ଅନ୍ତରୀକ୍ଷ ଅନୁକୋଣେ
ଏକ ନୂତନ ପୃଷ୍ଠରେ ବସତି ସ୍ଥାପନ ପାଇଁ
ନବକଳେବର ଆକ୍ଷ୍ୟାଦେଇ ସୃଯିବା ଆହୁରି ନିଖୁଣଭାବେ
ସର୍ବଗୁଣସମ୍ପନ୍ନ ମଣ୍ଡଳଟିଏ, ରୂପରେ ଗୁଣରେ ଭାରତ ପରି
ବିରଚିବା ଉତ୍ତମଠୁ ଆହୁରି ଉତ୍ତମଟିଏ
ଉନ୍ନତ ମସ୍ତିସ୍କ ଓ କଳ କୌଶଳର ପର୍ଯ୍ୟାୟକ୍ରମେ
ହେବନି କି ?
- - -
ଏ ରାଇଜର ପୁଞ୍ଜ ପୁଞ୍ଜ ସମସ୍ୟାକୁ ବାତିଲ କରି
ଗୁଣିଜନେ ହାତରେ ହାତମିଶାଇ ନୂତନତାର ଅନୁସନ୍ଧାନରେ
ଅହଁର୍ନିଶି ପ୍ରଚେଷ୍ଟାସ୍ୱରୂପ ସମାଧାନର ରାସ୍ତାଫିଟିବ
ଉଦ୍ଭାବନ ହେବ ଆହୁରି ଗୋଟାଏ ଆଶ୍ଚର୍ଯ୍ୟ
ଉର୍ଦ୍ଧରେ
ବସତି କାୟମ ରହିବ
ପ୍ଲାବିତହେବ ଜୀବନଯମୁନା
ବାଃ ରେ ବାଃ
ସୁଯୋଗ ମିଳିବ ଜଣଜଣ କରି ।
