ଅଝଟ
ଅଝଟ
1 min
210
ତୁ ଏତେ ମଧୁର ଯେ
ଅହରହ ମୋ ଚିନ୍ତା ଓ ଚେତନାରେ
ଦାନା ବାନ୍ଧୁଥାଉ ଆପଣା ଛାଏଁ
ମୋ ସାରା ଆୟୁଷ ଖୋଜିହୁଏ
ତୋ ମମତା ପଣତ
ଜରାୟୁରୁ ଯୂଇ ଯାଏଁ Il
ତୋ ମମତା ଏତେ ଆତ୍ମୀୟ ଯେ
ମୁଁ ଆଖି ମୁଦି ଦିଏ ତୋତେ ଭାବିଲେ ହିଁ
ସୁଖ ସ୍ଵପ୍ନରେ
ମୋତେ କୋଳେଇ ନେ
ତୋ ଜଠରକୁ କୋଳକୁ
ମୁଁ ପୁଣି ଥରେ ଆକ୍ତାମାକ୍ତା ହେବି
ତୋ ଗର୍ଭାର୍କରେ ତୋ ଫୁଙ୍ଗୁଳା ଥନରେ Il
ତୋ ପଣତଟା ଏତେ ନିର୍ଭୀକ ଯେ
ମୁଁ ଧରି ପାରିବି ସୂର୍ଯ୍ୟକୁ ଶନିକୁ
ତୋ ସ୍ନେହlଙ୍ଗନରେ , ତୋ ପଣତ ଛାଇରେ
ସେଥିପାଇଁ କରୁଛି ଅଝଟ
ମୋ ଶବର ଶେଥୁଆ ମୁହଁରେ ବି
ଢାଙ୍କି ଦେବୁ ତୋ ସେନେହ ପଣତ
ଶାନ୍ତିରେ ମୁଁ ଶୋଇଯିବି
ଜଳନ୍ତା ଯୂଇରେ Il
