ଅଧା ଗଢ଼ା ତୁମେ ହେଲ କି
ଅଧା ଗଢ଼ା ତୁମେ ହେଲ କି
1 min
6.8K
ପ୍ରଭୁଦତ୍ତ ପ୍ରଧାନ
ନୟାଗଡ, ଦୁର୍ଗାପ୍ରସାଦ
=======================
ଅଧା ଗଢ଼ା ତୁମେ ହେଲ କି ଠାକୁର?
ନା, ଏହା ତୁମ ଇଛା ଥିଲା?
ଶିଳ୍ପୀ ର ଠୁକୁରୁ ଠାକୁରୁ ଶବ୍ଦ ନଶୁଭିବାରୁ
ଦରଜା ଖୋଲିବାକୁ,ହାତ ମୋର ଚାଲିଗଲା!
ଯାହା ହେଲ ଭଲ ହେଲ.....
ଆଲିଙ୍ଗନ ପାଇଁ ତୁମ ଦୁଇ ବହୁ
ସବୁ ବେଳେ ଅଛି ଖୋଲା... !
ଶିଳ୍ପୀ ଟିଏ ହୋଇ, ଆସିଲା ଗୋସାଇଁ
ନିଜକୁ ନିଜେ ଗଢିଲ
ଗୋପ ପୁର ଭଳି ଛାଡି ଯିବ ନାହିଁ
ଏଠି ସ୍ଥାପିତ ହେଲ... !
ଏଠି ଗାଈ ଗୋଠ ନାଇଁ, କି ବଂଶୀ ନାହିଁ
ସେଥି ପାଇଁ ବୋଧେ,
ହାତ ଗୋଡ ଖୀଉନ୍ନ କଲ !