STORYMIRROR

kamal kumar dash

Others

3  

kamal kumar dash

Others

ଅଭିମାନି ପ୍ରୀୟା

ଅଭିମାନି ପ୍ରୀୟା

1 min
413

ଅଭିମାନି ପ୍ରିୟା 


 ପ୍ରିୟାର ମନଟା  ଆମାନିଆଁ ସଦା 

    ବୁଝେନି ଦୁନିଆଁ କଥା 

ପ୍ରୀତିର ସୃତିକୁ    ମାନେ ଭାବୁଥାଏ 

    ଓଦା କରି ଆଖି ପତା (1)

ଟିକିଏ କଥାରେ   ରାଗିଯାଏ ଖାଲି 

    ମୁହଁଟି ଫୁଲେଇ ଦିଏ 

ନିଜକୁ ଭବେ ସେ   ରାଜଜେମା ଅବା 

    ସରଗର ପରୀଟିଏ (2)

କିଏ ବୁଝାଇବ   ପ୍ରିୟାକୁ ମୋହର 

   ଭାଙ୍ଗିବ ତା ଅଭିମାନ 

ଟିକିଏ ମଜାରେ   ରାଗିବନି ଆଉ 

    ହସିକି ଭାଙ୍ଗିବ ମାନ (3)

ଡାକିଚି ମୁଁ ତାର    ମକରକୁ ଆଜି 

    ଆସି ତାକୁ ବୁଝାଇବ 

ବୁଝିଗଲେ ପ୍ରିୟା  ମୋର ମନକଥା 

     ଖୁସିରେ ଦିନ କାଟିବ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍