Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4  

DILIP KUMAR SAHOO

Others

ଆଷାଢେ ଶୁଖିଲା ମାଟି

ଆଷାଢେ ଶୁଖିଲା ମାଟି

1 min
152


ବରଷା କି ସତେ ବାଟ ହୁଡିଗଲା

ଆଷାଢେ ଶୁଖିଲା ମାଟି

ମେଘଭରା ନୀଳ ଆକାଶ ଛାତିରୁ

ନିଆଁ ବରଷୁଛି ନିତି ।

ଜ୍ୟେଷ୍ଠରେ ହୋଇଲା ପ୍ରବଳ ବରଷା

ଧାନଗଜା ଗଲା ଧୋଇ

ଆଷାଢ଼ରେ ଏଣେ ମାଟି ଫାଟିଲାଣି

ତଳି ହେଉନାହିଁ ରୋଇ ।

ବଛା ବେଉଷଣ ଅଟକିଛି ସବୁ

ମେଘ ବାଟ ଚାହିଁଚାହିଁ

ଆଷାଢ଼ରେ ଏବେ ଛାଇ ତ ସପନ

ଖରା ମାରେ ଚାଇଁଚାଇଁ ।

ପାଗଯୋଗ ଏବେ ବଦଳି ଯାଉଛି

ଋତୁ ହୁଏ ବାଟବଣା

ସମୟ ଚାପରେ ଲଘୁଚାପ ଅବା

କାଟିଦିଏ ମେଘ ଡେଣା।

ଦୂର କପିଳାସ ପାହାଡରେ ମେଘ

ବାଡେଇ ହେଉଛି ନିତି

ସମସ୍ତେ ଭାବନ୍ତି ବର୍ଷା ନିଶ୍ଚେ ହେବ

ମେଘ ଯାଏ ବାଟ କାଟି ।

ଧନ୍ୟ ପାଣିପାଗ ଧନ୍ୟ ଜଳବାୟୁ

ଜଟିଳ ଲାଗୁଛି ଅଙ୍କ

ଆଷାଢୁଆ ପାଣି ଆଖି ଢାଳେ ଏବେ

କରମ ହୁଅଇ ବାଙ୍କ ।

କରୋନା କାଳକୁ ମେଘ ଲୁଚକାଳି

ହଟହଟା ହୁଏ ଚାଷୀ

ଫଟା କପାଳକୁ ମାଟି ଫାଟିଯାଏ

ଲୁଟିନିଏ ହସଖୁସି ।



Rate this content
Log in