STORYMIRROR

Sunanda Mohanty

Others

3  

Sunanda Mohanty

Others

ଆଶା ଓ ଆଶଙ୍କା

ଆଶା ଓ ଆଶଙ୍କା

1 min
24

ଶବ୍ଦର ହୋରୀ 

କାଗଜ ପରେ କାଗଜ 

ଯାଏ ଚିରି 

ଶବ୍ଦରେ ଏଯାଏଁ କାହାକୁ 

ମୁଗ୍ଧ କରି ନପାରି 

କ୍ଷୁବ୍ଧରେ ଭାବିଛି 

କବିତା ଓ ଗଳ୍ପକୁ ଆଦରି 

ଜୀବନ ଜୀଇଁବା ବଡ ଭାରି 

କିନ୍ତୁ ତୁମେ ଯେବେ ଜଗନ୍ନାଥ 

ମୁଗ୍ଧ ଓ ବିମୁଗ୍ଧ ଭିତରେ 

ଚାହିଁ ଦେଲ ଥିରି ଥିରି 

ମୋ ପଞ୍ଚପ୍ରାଣ ଉଠୁଛି ପୁରି 

କାହାକୁ ମିଛ ମତେ ସତ 

ମୁଁ ବାହାରିଲିଣି ପୁରୀ 

ହାତରେ ଧରି ରଥ ଦଉଡି 

ବଡଦାଣ୍ଡେ ଦଣ୍ଡେ ଜୀଇଁ ଢୋକେ ପି 

ଆସିବି ମୁଁ ଫେରି 

ରଥର ଘରଘର ନିନାଦ 

ଗଗନ ପବନ ପ୍ରକମ୍ପିତ 

ସତ ହେବଟି ଶ୍ରୀହରି? 

ଜଗନ୍ନାଥ ବୋଲି ଚାରିଅକ୍ଷରରେ 

ମୁଁ ଆଜିକାଲି ମୁଗ୍ଧ ଭାରି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍