ଆଶା ଓ ଆଶଙ୍କା
ଆଶା ଓ ଆଶଙ୍କା
ଶବ୍ଦର ହୋରୀ
କାଗଜ ପରେ କାଗଜ
ଯାଏ ଚିରି
ଶବ୍ଦରେ ଏଯାଏଁ କାହାକୁ
ମୁଗ୍ଧ କରି ନପାରି
କ୍ଷୁବ୍ଧରେ ଭାବିଛି
କବିତା ଓ ଗଳ୍ପକୁ ଆଦରି
ଜୀବନ ଜୀଇଁବା ବଡ ଭାରି
କିନ୍ତୁ ତୁମେ ଯେବେ ଜଗନ୍ନାଥ
ମୁଗ୍ଧ ଓ ବିମୁଗ୍ଧ ଭିତରେ
ଚାହିଁ ଦେଲ ଥିରି ଥିରି
ମୋ ପଞ୍ଚପ୍ରାଣ ଉଠୁଛି ପୁରି
କାହାକୁ ମିଛ ମତେ ସତ
ମୁଁ ବାହାରିଲିଣି ପୁରୀ
ହାତରେ ଧରି ରଥ ଦଉଡି
ବଡଦାଣ୍ଡେ ଦଣ୍ଡେ ଜୀଇଁ ଢୋକେ ପି
ଆସିବି ମୁଁ ଫେରି
ରଥର ଘରଘର ନିନାଦ
ଗଗନ ପବନ ପ୍ରକମ୍ପିତ
ସତ ହେବଟି ଶ୍ରୀହରି?
ଜଗନ୍ନାଥ ବୋଲି ଚାରିଅକ୍ଷରରେ
ମୁଁ ଆଜିକାଲି ମୁଗ୍ଧ ଭାରି.
