STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଆସ ଲଗାଇବା ଗଛ

ଆସ ଲଗାଇବା ଗଛ

1 min
373


ଆସରେ ପିଲେ ଲାଗାଇବା ଗଛ

କରିବା ସବୁଜ ବେଶ

ଲଗାଇବା ଛୋଟ ଛୋଟ ଗଛ

ଦିଶିବ ସୁନ୍ଦର ପରିବେଶ ।


ଗଛ ମୁଳରେ ପାଣି ଦେଇ ବଢାଇବା

ତାକୁ ଯତନେ ନେଇ

ଗଛ ହିଁ ଏକମାତ୍ର ଆମ ଜୀବନ ଜାଣ

ପାଣି ତାର ମୁଳେ ଦେଇ।


ଗଛ ହେଲେ ବଡ ବନ୍ୟା ଖରାରୁ

ବିପଦରୁ ରକ୍ଷା କରେ

ବଡ ହେଲେ ଗଛ ଅମ୍ଳଜାନ ଦିଏ

ଅଙ୍ଗାରକାମ୍ଳ ନିଏ ତାର।


ଗଛ ଆମ ଜୀବନ ଗଛ ପ୍ରାଣ

ଆସ ଲଗାଇବା ଗଛ

ଗଛ ନ କଟିବା ଜଙ୍ଗଲ ନଷ୍ଟ ନକରି

ଆସ ଲଗାଇବା ଗଛ।


ଗଛର ସୁରକ୍ଷା ହେବ ଆମର ରକ୍ଷା

ସଭିଏଁ ହେବା ଏକପଣ 

ଗଛ ଥିଲେ ଆମର କେତେ ବିପଦ

ଗଛ କଟିବାକୁ କର ନିବାରଣ ।


ଫୁଲ ଫଳ କାଠ ଦିଏ ଗଛ ଆମର

ଦିଶେ ସବୁଜ ସୁନ୍ଦର

ପାଖ ରୋଡ ମାନଙ୍କର ଲଗାଇ ଗଛ

କରିବା ସବୁଜ ସୁନ୍ଦର।


ଆମ ହିତ ପାଇଁ ଗଛ ଦେଇ ଥାଏ

ଝୁଣା ମହୁ ମୂଲ୍ୟବାନ

ଗଛ ଲଗାଇ କରିବା ସଂରକ୍ଷଣ

ମନୁଷ୍ୟ ହୁଅ ସଚେତନ ।


ଗଛ ଥିଲେ ବାଟର ବାଟୋଇ ସାହା

ପକ୍ଷୀ ମାନଙ୍କର ଆଶ୍ରୟ 

ଗଛ କାଟି ଜଙ୍ଗଲ ନକରି ନଷ୍ଟ

ଗଛକୁ ଦିଅ ନାହିଁ କଷ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍