STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଆମ ଲକ୍ଷ୍ୟ

ଆମ ଲକ୍ଷ୍ୟ

1 min
418


ଆମ ଜୀବନ ଟା ଏକ ରଙ୍ଗମଞ୍ଚ 

ଆମେ ଜଣେ ଧନୁର୍ଦ୍ଧର ବିର

ଆଜି କାହିଁକି ଲକ୍ଷ୍ୟ ଭଷୃ ହୁଏ ମୋର

ପର୍ଶୁରାମ ବିର ଏ ଲକ୍ଷ୍ୟ ତାଙ୍କର।


ଜୀବନ ବାଜିରେ କିଏ ଜିତିପାରେ

କିଏ ହାରିପାରେ 

ଆମର ବିରତାର ପରିଚୟ

ଜୀବନ ଯୁଦ୍ଧରେ ସୁଦୃଢେ ଲଢିଲେ

ନିର୍ଣ୍ଣୟ ହେବ ଆମ କର୍ମର ।


ଆମର ଲକ୍ଷ୍ୟ ଆମେ ଜିତିପାରେ 

ଜୀବନର ଲକ୍ଷ୍ୟ ସ୍ଥିର କର

କର୍ମକୁ କରି ସାରଥୀ କର

ସାଧନାରେ ହେବା ବ୍ରତୀ ଆମର।


ଜୀବନରେ ସେବା ଅଟେ ଶ୍ରେଷ୍ଠ କର୍ମ

ମନକୁ ଦିଅଇ ଶାନ୍ତି

ନିଜକୁ ପଚାରି ମୁଁ ପାରୁ ନାହିଁ 

କାହିଁକି ମୋ ଲକ୍ଷ୍ୟ

ଜ୍ଞାନର ଧନୁରେ ସଂଯମତା ତୀର

କରିଦିଏ ଲକ୍ଷ୍ୟ ଭେଦ।


ଭରିଦିଏ ଆମରି ମନରେ ଶକ୍ତି 

ଧନୁର୍ଦ୍ଧର ବୀର କରେ ଲକ୍ଷ୍ୟଭେଦ

ଜିତିବା ହରିବା ରହିଛି ଏଠି

କରିବା କୁ ପଡେ ଶଗସ

ଆସୁଯେତେ ବାଧା ଜୀବନ ଯୁଦ୍ଧରେ

ନହେବା ଆମେ କାପୁରୁଷ ।


ହୁଅଇ ବିଜୟୀ ଜିଣିପାରେ ମହୀ

ନଥାଏ କାହାକୁ ଭୟ

ସମାଜେ ଅଗ୍ରଣୀ ଯୋଦ୍ଧାଟିଏ ସିଏ

ନଥାଏ କାହାକୁ ତାର ଭୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍