Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

DILIP KUMAR SAHOO

Others

4.2  

DILIP KUMAR SAHOO

Others

ଆମ ଗାଁ ହାଟ

ଆମ ଗାଁ ହାଟ

1 min
201



  

  ରବିବାର ହାଟପାଳି 

  ତୋଟା ପଡେ ଉଛୁଳି

  ବେପାରୀ ଙ୍କ ଭିଡ ଜମେ

  ଗରାଖଙ୍କ ଗହଳି ।

  ପିଣ୍ଡି ଅଛି ଯାହାର ସେ

  ପାଲ ଟାଣି ବସନ୍ତି

  ବାକି ସବୁ ପାଲି ପାରି

  ପସରା ତ ମେଲନ୍ତି ।

  ଘର ପାଇଁ ଯାହା ଲୋଡା

  ସବୁ ମିଳେ ସେଇଠି

  ହୁଡିଗଲେ ହାଟପାଳି

  ହନ୍ତସନ୍ତ ଖାଉଟି ।

  ସଉଦା ମିଳଇ ମିଳେ

  ଲୁଗା, କ°ସାବାସନ

  ପରିବା ଗଦାକୁ ଦେଖି

  ମନ ହୁଏ ଉଛ୍ଛନ ।

  କ୍ଷେତରୁ ପରିବା ତୋଳି

  ଚାଷୀମାନେ ଆସନ୍ତି

  ବଜାର ଭାଉଠୁ ଅଧା

  ଦରରେ ସେ ବିକନ୍ତି ।

  ବାହାର ବେପାରୀ ଆସି

  ପରିବା ତ କିଣନ୍ତି

  ସହରକୁ ନେଇ ସବୁ 

  ଚଢାଦରେ ବିକନ୍ତି ।

  ସହରରୁ ଫେରିବାଲା

  ଯେତେସବୁ ଆସନ୍ତି

  ମାଇକିରେ ଡାକିଡାକି

  ଦରବ ସେ ବିକନ୍ତି ।

  ଦିନସାରା କିଣାବିକା

  ଲାଗିଥାଏ ଗହଳ 

  ହାଟ ସାରା ବୁଲିଗଲେ

  ମନ ହୁଏ ପ୍ରଫୁଲ ।

  ସାଙ୍ଗସାଥୀ ସାଥେ ଏଠି

  ହୁଏ ଯେବେ ଦେଖାରେ

  ଜଳଖିଆ ଖିଆପିଆ

  ଜମେ ଗପସପରେ ।

  ହାଟରେ ମିଳଇ ଆମ

  ଭଲ ଛେନା ତାଡିଆ

  ରଘୁ ସାହୁ ରସଗୋଲା

  ଲାଗେ ଭାରି ବଢିଆ ।

  ସହରୀ ଖାଦ୍ୟ ବି ଏବେ

  ହାଟେ ଆମ ମିଳୁଛି

  ଚାଟ୍ , ଚାଓମିନ୍ ,ରୋଲ୍

  ଗୁପୁଚୁପ୍ ଭାଷୁଛି ।

  ବଜାର ସଭ୍ୟତା ଏବେ

  ଗାଁ କୁ ତ ଗଲାଣି

  ହାଟ ର ନିଆରା ବାସ୍ନା

  ଗାଁ ଆମ ଭୁଲିନି ।

   

   

   

   


   


Rate this content
Log in