STORYMIRROR

Gouranga Patel

Others

3  

Gouranga Patel

Others

ଆଜିର ହୋଲି

ଆଜିର ହୋଲି

1 min
178


ଗଲା ବରଷର ହୋଲିଠୁ ଆଜିର ହୋଲି ଯାଏଁ

ଚୁପ ଚାପ ସାଧିଛୁ ସିନା

ମନରେ ଉମଙ୍ଗ ଉତ୍ସାହର ଜୁଆରରେ ନାହିଁ ନଥିବା ଭଟ୍ଟା ପଡିଛି

ରେ ମନ, ଥୟ ଧର

ଉଙ୍କି ମାରି ଏପଟ ସେପଟ ହେଉଛୁ ସିନା

ଆମନା ସାମ୍ନା, ଏପଟେ ମିତ, ସେପଟେ ମକୁନ୍ଦା

ସମସ୍ତେ ତୋ ପରି ମୁକ ପାଲଟି ଯାଇଛନ୍ତି ରେ

ଯା ଯା, ଗାଧେଇ ପଡ

ଖାସ କରି ଗୋବିନ୍ଦା ଗୋପାଳକୁ ସାକ୍ଷୀ ରଖି ଗୋଟେ ଲମ୍ବା ଗାର ଟାଣିଦେ

କପାଳରେ, ଗାଲରେ . . . ଛାଉ ବନିଯା

ବାସ୍ ତୋ ପରିସୀମା ଭିତରେ, ତୋ ଘରେ କେବଳ ହକ୍ ତୋର, ଛୁଆ ପିଲା ସମସ୍ତଙ୍କର

ଭୁଲିଯା, ପଦାକୁ ବାହାରିବାଟା

ଦଶ ଥର ଘରୁ ବାହାର ଭିତର ହେବା ଛାଡିଦେ

ଛକରେ ଖାକି ପୋଷାକ ବାଲେ ଠିକସେ ବୁଝାଇ ଦେବେ ନହେଲେ

ତୋ ପାଇଁ, ତୋ ପରିବାରର ମଙ୍ଗଳ ପାଇଁ

ମାନିଯା ।


ପ୍ରଭୁ ହେ

କିଏ ଜାଣିଥିଲା ଏମିତି ହେବ !

କିଏ ଜାଣିଛି ଆଗକୁ କ'ଣ ହେବ !!

କରୋନା ର କହରରେ ବରଷଟେ ଏମିତି ବିତିଗଲା

ଗତ ବରଷର ହୋଲିଠୁ ଆରମ୍ଭ କରି

ଏଇତ ଆଉ ଗୋଟିଏ ହୋଲି ଆସିଗଲା

ଦୀପାବଳି, ଦଶହରା, ମେଳା ମଉଛବ ସବୁ ଫିକା ପଡିଗଲା

ତଥାପି . . . ମାନି ଚଳୁଛୁ ଆମେ

ସମୟ ସ୍ରୋତରେ ବହି ଚାଲିଛୁ

ସବୁ ତୁମରି ଲୀଳା

ଆମେ ମଣିଷ ମାତ୍ର 

ଦର୍ଶନାଭିଲାଷି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍