STORYMIRROR

Kamal Kumar Dash

Others Tragedy

3  

Kamal Kumar Dash

Others Tragedy

ଆଜି ମନେପଡେ ବି ଜେ ବି ସ୍କୁଲ

ଆଜି ମନେପଡେ ବି ଜେ ବି ସ୍କୁଲ

1 min
385




ଆଜି ମନେପଡେ ବି ଜେ ବି ସ୍କୁଲ ରେ

ବିତା ସେଇ ଗଲା ଦିନ

ହୃଦୟ ଭିତରେ ସୃତି ଫରୁଆରେ

ସାଇତା ଯାହାର ଚିହ୍ନ (1)

କେତେ ଖେଳୁ ଥିଲୁ ତାର ପଡିଆରେ

ବୁଲି ତାର ଚାରି କରେ

ଟ୍ରାକ ରେ ଦଉଡି ଲଂଗ ଜମ୍ପ ଡେଇଁ

ଜିତି ଥିଲୁ ପ୍ରାଇଜ ରେ (2)

କବାଡି ,କ୍ରିକେଟ ହକି ଫୁଟବଲ

ବେଙ୍ଗ ଡିଆଁ , ମୁଆଁ ଖିଆ

ଗଣିତ ଦଉଡ଼ ଅଖାର ଦଉଡ଼

ସାଇକେଲ ରେସ କଥା (3)

ସେ ବଉଳ ମୂଳେ ଶୁଣା ସେ ରେଡ଼ିଓ

କ୍ରାଫ୍ଟ ରୁମ ,ବେତ ଡର

ପୂଜାର ସେ ଭୋଜି ଡ୍ର|ମାର ସେ ଦୃଶ୍ୟ

ପ୍ରର୍ଦଶନୀ ବିଜ୍ଞାନର (4)

ସାରଙ୍କର ସ୍ନେହ ଆଦରର କଥା

ଲାଗି ପଡ଼ ପିଲା ମାନେ

ନିଶ୍ଚୟ ପାରିବ ଭଲ ବି କରିବ

ପରୀକ୍ଷା ରେ ତୁମେ ମାନେ (5)

ତାଠୁ ବହୁ ଦୂରେ ଆଜି ମନେ ପଡେ

ସାଙ୍ଗ ଙ୍କ କଥା ସ୍ନେହର

ପୁରି ଆଳୁଦମ ବରା ଆଳୁଚପ

ଦହି ବରା ମିକ୍ସଚର (6)

ଗପ ଲେଖା ହୁଏ ଗୀତ ଲେଖା ହୁଏ

ରାତି ରାତି ବସି ବସି

ସେ ଅବକାଶ ରେ ନିଜ ଲେଖା ଦେଖି

ଗଡି ଯାଉ ହସି ହସି (7)

ସ୍କୁଲ ଛାଡିବାର ଚାଳିଶ ବରଷ

ବିତିତ ଗଲାଣି ସାଥୀ

ଜୀବନ ବାଟରେ ଆମକୁ ଛାଡିକି

ଫେରିଲେଣି କିଛି ସାଥୀ(8)

ଆଖି ପୁରି ଆସେ ଲୁହ ଝରି ଆସେ

ଫେରିବାକୁ ଭାବେ ଥରେ

ମୋ ସ୍କୁଲ ମାଟିରେ ସାଙ୍ଗଙ୍କ ସାଥିରେ

ଖେଳି ବାକୁ ଆଉ ଥରେ (9)


Rate this content
Log in