STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଆଜି ଆମ ବସ୍ଂକର

ଆଜି ଆମ ବସ୍ଂକର

1 min
13.8K


Punya Prava Devi


ଆଜି ଆମ ବସ୍ଂକର

ଅବସର କାଳୀନ ସଭା ଥିଲା

ଉପରିସ୍ଥ ଅଫିସରଂକ ବିଷୟରେ କହୁକହୁ

ଭାବ ବିହ୍ୱଳ ହୋଇ ଯାଉଥିଲେ ସମସ୍ତେ।

କହୁଥିଲେ ଏତେ ବଡ ଅଫିସର ହୋଇ ବି

ଟିକିଏ ହେଲେ ଗର୍ବ ନ ଥିଲା ତାଂକର ।

ଏତେ ଅମାୟିକ

ଏତେ ବନ୍ଧୁ ବତ୍ସଳ

ଏତେ ସ୍ନେହ ପ୍ରବଣ

ଥିଲେ ଯେ

ସାର ଙ୍କର ଅନୁପସ୍ଥିତି ରେ

ଝୁରି ହେଉଥିବା ତାଙ୍କୁ ,

ଏମିତି କଞ୍ଚା ମିଛ ଗୁଡ଼ାଏ

ମୁଁ ବି କହି ପକାଇଲି,

କିନ୍ତୁ ମୁଁ. ଜାଣେ

କାଲି ସକାଳେ

ଅଫିସ୍ ଭିତରେ

ଏମାନେ ସମସ୍ତେ

ସମାଲୋଚନା କରୁଥିବେ ତାଙ୍କର.।

କଟୁ ଶବ୍ଦରେ।

ଶଃ.। ଚାଲିଗଲା ଭଲ ହୋଇଛି

ଏତେ ବର୍ଷ ହେଲା

ଜବତ କରି ରଖିଥିଲା ଆମକୁ।

ଛି। ଏତେ ଆତ୍ମ ଗର୍ବୀ

ଏତେ ଅହଂକାରୀ

ଏତେ ବଦ୍ ରାଗି ଲୋକ

ଦୁନିଆରେ ନ ଥିବ ।

ଓହୋ।

ଆମେ ଏବେ ରକ୍ଷା ପାଇଗଲେ ତା କବଳରୁ..


Rate this content
Log in