Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

DILIP KUMAR SAHOO

Others

4.3  

DILIP KUMAR SAHOO

Others

ଆଧୁନିକ ସ୍ମାର୍ଟ ସିଟି

ଆଧୁନିକ ସ୍ମାର୍ଟ ସିଟି

1 min
306


    

  ଆମ ରାଜଧାନୀ ସତେ ଆହା କି ସୁନ୍ଦର

  ଆଧୁନିକ ସ୍ମାର୍ଟ୍ ସିଟି ଖ୍ୟାତି ତା ଅପାର ।

  ପ୍ରତିଦିନ ଲମ୍ବୁଅଛି ତାର କଳେବର      

  କେତେ ପଲ୍ଲୀ ସାହି ବସ୍ତି ବିହାର, ନଗର ।

  ନିତି ହୁଏ ଗଢା କେତେ ଆଧୁନିକ ଘର

  ଆରେକେ ଆରେକୁ ବଳି ଆହାକି ସୁନ୍ଦର ।

  ମନେ ହୁଏ ସବୁ ଏଠି ସୁଖି ପରିବାର

  ଆଲୋକିତ ଇଲାକା ଏ ଖୁସିର ଜୁଆର ।

  ସବୁ ତ ଓଲଟା, ଭରା ଅମା ଅନ୍ଧକାର

  ଅସଜଡା ଭିତରଟା ଉଜୁଡା ସଂସାର ।

  ବାପ ପୁଅଙ୍କର ଏଠି ଭିନେ ଭିନେ ଘର

  ଭାଇ ତ ଭଗାରୀ ପୁଣି ମାଆ ସାତ ପର ।

  ବାପା ଠାରୁ ବେଶି ଏଠି ଶଶୁର ନିଜର

  ଜ୍ୱାଇଁ ପାଇଁ ସିଏ କାଳେ ସାକ୍ଷାତ ଈଶ୍ୱର ।

  ଉଆସ ପରିକା ପୁଣି ଅଛି କେତେ ଘର

  ପତି ପତ୍ନୀ କେହି କାର ନୁହନ୍ତି ନିଜର ।

  ଅବାଟରେ ଚାଲେ କାହା ଏକମାତ୍ର ପୁତ୍ର

 କଳା ଟଙ୍କା ପାଇଁ ପୁଣି କିଏ ଖୋଜେ ସୂତ୍ର । 

  ବିଦେଶରେ ରହିଛନ୍ତି ପିଲାମାନେ କାର

  ବୁଢା ବୁଢ଼ୀ ସାଜିଛନ୍ତି ଏଠି ଚୌକିଦାର ।

  ଅଛି ପୁଣି ଘର କେତେ ହୁଏନି ରୋଷେଇ

  ଖିଆପିଆ ହୁଏ ସବୁ ବାହାରୁ ମଗେଇ ।

  ଅଛି ଭାଇ ଏସହରେ ଏମିତିଆ ଘର

  ବାପପୁଅ ମିଶି ଯହିଁ ପିଅନ୍ତି ବିଅର ।

  ମାଆ ଝିଅ ଧୂମପାନ କରୁଥାନ୍ତି ମିଶି

  ମଦିରା ପିଅନ୍ତି ସାରା ପରିବାର ବସି ।

  ପଡିଶା ଲୋକଙ୍କୁ ଏଠି ଚିହ୍ନିବାଟା କଷ୍ଟ

  ଚିହ୍ନିଲେ ବି ଅନେକଙ୍କ ସମ୍ପର୍କ ତ ନଷ୍ଟ ।

  ବାବାମାନଙ୍କର ଏଠି ମହିମା ଅପାର

  ଅଛି ତେଣୁ ଏଠି କେତେ ଆଶ୍ରମ ତାଙ୍କର ।

  ବାପା ପାଇଁ ଯାଗା ନାହିଁ ରହିବାକୁ ଘର

  ବାବାଙ୍କ ପାଇଁକି ଗଢା ସୁନ୍ଦର ମନ୍ଦିର ।

  ଗହୀର ବିଲକୁ ଏବେ ମାଡୁଛି ସହର

  ବର୍ଷାଦିନେ ଘରେ ପଶେ ପାଣିର ଜୁଆର ।

  ଧନ୍ୟ ଆମ ରାଜଧାନୀ ଜାଣେକି ମନ୍ତର

  ଗାଁ ଭୁଲି ଲୋକେ ଏଠି ତୋଳୁଛନ୍ତି ଘର ।

  

   


 

   



Rate this content
Log in