Kamal Kumar Dash

Drama

5.0  

Kamal Kumar Dash

Drama

ଘର / (House)

ଘର / (House)

8 mins
754


1995 ମାର୍ଚ୍ଚ ର ଏକ ସୁନ୍ଦର ସକାଳ ଥିଲା | ମୁଁ ନିଜ ପସନ୍ଦ ର ଷ୍ଟେସନ ଟୋକାପାଲ୍କୁ ଟ୍ରାନ୍ସ ଫର ରେ ଯାଉଥିଲି କାମଲୁର ରୁ | ବୋଲି କହିଲେ ତେଣୁ ତାକୁ ଟୋକପାଲ ଚଡି ଆସିଲି ମୋ ସାଙ୍ଗ ଘରେ | ଯୋଗା ( ମୋ ଘରେ କାମ କରୁଥିବା ପିଲା ) ଓ ମୁଁ ଗତକାଲି ମୁଁ ମୁଁ ପୁଅ ରାଜା ଓ ଶ୍ରୀମତୀ କୁଁ ନେଇ ଜଗଦଳପୁର ଯାଇଥିଲି ,କାରଣ ରାଜା କୁ ଜ୍ୱର ହୋଇଥିଲା | ଡାକ୍ତର ତାକୁ ନିମୋନିଆ ହୋଇଛି ଅନେକ ରାତି ଯାଏଁ ସମାନ ପ୍ୟାକ କଲୁ ,ତା ପରେ ତାକୁ ସକାଳୁ ଶୀଘ୍ର ଆସିବାକୁ କହି ମୁଁ ଶୋଇବାକୁ ଗଲି |ହେଲେ ମୋ ଆଖିକୁ ନିଦ ଆସୁ ନଥାଏ, ଖାଲି ଖାଲି ଘର ବହୁତ ଖରାପ ଦେଖା ଯାଉଥିଲା | ସବୁ ପୁରୁଣା ସୃତି ଆଖି ଆଗରେ ନାଚି ଯାଉଥାଏ |

 10/03/88 ରେ ମୁଁ ଏଠି ଯାଏଁ କରିଥିଲି ଏ.ଏସ.ମ ଭାବରେ |ଚେଟୀ ବାବୁ ସେତେବେଳେ ଷ୍ଟେସନ ମାଷ୍ଟ୍ର ଥିଲେ ସେ ରେଗୁଲାର ପିଉଥିଲେ ଓ ଠିକସେ ଡିଉଟି କରୁ ନଥିଲେ | ତିନୋଟି ଟାଇପ 2 କ୍ୱାଟରରେ ନାମ ଅନୁସାରେ ତିନିଜଣ ରହୁଥିଲେ | ଏହା ବହୁତ ବବିରଳ ଥିଲା A ରେ A .D ମହାପାତ୍ର , B ରେ B .N ଜେନା ଓ C ରେ C .N  ଚେଟୀ ରହୁଥିଲେ | କାମଲୁର ରେ କ୍ୱାଟରରେ ଲାଇଟ ନଥିଲା , ସାଲୁଣ ନଥିଲା , ବ୍ୟାଙ୍କ ନଥିଲା , ଜଙ୍ଗଲ ଝରଣାର ପାଣି ପାଇପରେ ଆସୁଥିଲା | ବର୍ଷ| ହେଲେ ସେବି ବନ୍ଦ ହୋଇଯାଉଥିଲା | ଗୋଟେ ଛୋଟ ସ୍କୁଲ ଥିଲା ଓ ପୋଷ୍ଟ ଅଫିସ ଥିଲା | ଷ୍ଟେସନ ପଛ ଚାହା ଦୋକାନ ସେତେ ଭଲ ନଥିଲା | ସବୁ ଜିନିଷ ପାଇଁ ଆମକୁ 12 କିମି ଦୂରରେ ଥିବା ଦନ୍ତେବାଡା ଓ 22 କିମି ଦୂରରେ ଥିବା ବଚେଲି ଉପରେ ନିର୍ଭର କରିବାକୁ ପଡୁଥିଲା | ଜୀବନ ବଡ଼ କଷ୍ଟକର ଥିଲା | ସନ୍ଧ୍ୟାରେ କଲୋନୀ ଅନ୍ଧାରରେ ବୁଡି ଯାଉଥିଲା | ରେଳ ପଥ ନିରୀକ୍ଷକ ଜେନା ବାବୁ ଓ ତାଙ୍କର ପିଲା ମାନେ ବହୁତ ସୁନ୍ଦର ଗାଉଥିଲେ ଓ ସନ୍ଧ୍ୟାରେ ମନୋରଞ୍ଜନ କରୁଥିଲେ | ମତେ ସହରରୁ ଯାଇ ସେଠିକାର ଅନ୍ଧାର ପରିବେଶ ରେ ଆଡ଼ଜଷ୍ଟ କରିବାକୁ ବହୁତ ସମୟ ଲାଗିଲା | ପାଖ ଷ୍ଟେସନ ରେ ମିଶ୍ର ବାବୁ ପ୍ରାୟ ଛୁଟିରେ ଆମ ଷ୍ଟେସନ୍କୁ ଆସନ୍ତି ଓ ମୁଁ ମୋ ଛୁଟିରେ ତାଙ୍କ ଷ୍ଟେସନ୍କୁ ଯାଏ |ସେ ସବୁ ବେଳେ ମୋର କନଫିଡେନ୍ସ ବଢ଼|ନ୍ତି | ସେ ଅନେକ ବହି ପଢୁଥିଲେ ଓ ବହିର ସମୟରେ କେବେ 12ସହ ଓ କେବେ 14ସହ ଶତାବ୍ଦୀରେ ବ୍ରିଟେନ ଓ ଫ୍ରାନ୍ସ ରେ ରହୁଥିଲେ | ସେ ସବୁବେଳେ କଛିନIକିଛି ନୂଆ କଥା କହୁଥିଲେ ଓ ମତେ କିଛି ଲେଖିବା ପାଇଁ କହୁଥିଲେ | ମୁଁ ଡ଼େଲ କାର୍ନେଜି କଂର ବହି stop worrying start living ପଢିବା ଆରମ୍ଭ କଲି ଓ ସେଥିରୁ ବହୁତ କିଛି ଶିଖିଲି |

ମୋ ଷ୍ଟେସନ ରେ ଆଉଜଣେ ଷ୍ଟେସନ ମାଷ୍ଟର ଭାଇଥିଲେ | ସେ ସେଠାରେ 5 ବର୍ଷ ହେବ ରହୁଥିଲେ |ସେ କମଲୁର ର ସବୁ କଥା ଜାଣିଥିଲେ | ସେ ଆଦିବାସୀଙ୍କ ଭାଷା ଜାଣିଥିଲେ |ଜଙ୍ଗଲରେ ବର୍ଷର କେଉଁ ସମୟରେ କଣ ମିଳେ ,କେଉଁ ଗଛର ଆମ୍ବ ମିଠାଲାଗେ ସବୁ ତାଙ୍କର ମନେ ଥାଏ | ସେ କଲା ଓ ଲ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ | ସେ ଜଣେ ବାସ୍ତବ ବାଦି ମଣିଷ ଥିଲେ ଓ ବହୁତ ଧର୍ଯ୍ୟ ବାନ ଥିଲେ | ସବୁ ସମସ୍ୟାର ସମାଧାନ ତାଙ୍କ ପାଖରେ ଥିଲା | ସେ ନୀତିଦିନ ଜୀବନରେ କେମିତି ଖୁସିରେ ରହି ପାରିବ ସେକଥା କହୁଥିଲେ | ଛୋଟ ମୋଟ ପ୍ରୋବ୍ଲେମ କୁ ଏଡାଇ ଜୀବନରେ ଆଗକୁ ବଢିବାକୁ ମତେ ସବୁବେଳେ ଶିଖାଉଥିଲେ | ଆମେ ବ୍ୟାଡ୍ମିଣ୍ଟନ ଖେଳିବାକୁ ଆରମ୍ଭ କଲୁ | ସମସ୍ତେ ଖୁସି ଥିଲେ | ଚେଟି ତା ବଡ଼ ପେଟ ସାଥିରେ ଦୌଡୁଥିଲା ଓ ସମସ୍ତେ ତଳି ମାରୁଥିଲେ | ମୁଁ ଗୋଟେ କଲର କ୍ୟାମେରା କିଣିଲି ଓ ସମସ୍ତ ଙ୍କର ଫଟ ଉଠାଇଲି | ଘରେ ମୋ ଫଟ ଦେଖି ବାପା ବହୁତ ଖୁସିରେ କହିଲେ ଦେଖିଲ ଆମ ପ୍ରଥମ ଉପଗ୍ରହ କେତେ ସୁନ୍ଦର କଲର ଫଟ ପଠାଇଛି | ଘରେ ସମସ୍ତେ ହସିଉଠିଲେ | ମୋ ଫଟ ଗୁଡିକ ବହୁତ ପ୍ରାକୃତିକ ଥିଲା ଗଛ, ଝରଣା ଜଙ୍ଗଲ ପାହାଡ଼ ଓ ଟ୍ରେନ ର ଫଟ ବହୁତ ଭଲ ଲାଗୁଥିଲା

ମୁଁ କେ କେ ଲାଇନ ଉପରେ ଗୋଟେ ଡକୁମେଣ୍ଟାରୀ କରିବାକୁ ପ୍ଲାନ କରୁଥିଲି |

 

ଚେଟି ଓ ପାତ୍ର ବାବୁଙ୍କ ମଧ୍ୟରେ ଝଗଡା ଲାଗିଲା | ଆମେ ଦିଜଣ ଟ୍ରାନ୍ସ ଫର ଲେଖିଲୁ ଓ ଅଡ଼ର ଆସିଗଲା | ଚେଟି ଏ ସଵୁ ଦେଖି ଜଳିଗଲା ଓ ବହୁତ ଝଗଡା କଲା | କିଛିଦିନ ପରେ ତାର ପରେ  ଅଡ଼ର ଆସିଗଲା ଓ ଆମର ଅଡ଼ର ବାତିଲ ହୋଇଗଲା | ଆମେ ତାକୁ ସ୍ପେୟାର କରିଦେଲୁ ଓ ପାତ୍ର ବାବୁ ଚାର୍ଜ ନେଲେ | ବଦଳି ଅଡ଼ର ବାତିଲ ହେବାର ଟିକେ ଦୁଃଖ ଥିଲା ହେଲେ ଚେଟି ଚାଲିଯିବାର ଖୁସିକୁ ଆମେ ସେଲିବ୍ରେଟ କରିଥିଲୁ | ମୋ ସାଙ୍ଗ ବି ପାଖ ଷ୍ଟେସନ ର ଚାର୍ଜ ଗ୍ରହଣ କରିଥିଲା | ପାତ୍ର ବାବୁଙ୍କ ପୁଅ 3 ବର୍ଷ ର ହୋଇଯାଇଥିଲା ତାର ପଢା ପଢି ପାଇଁ ସେ ଭଲ ଷ୍ଟେସନ୍କୁ ବଦଳି ମାଗି ତା ପର ବର୍ଷ ଚାଲିଗଲେ | ମୁଁ କାମଲୁର ର ଚାର୍ଜ ନେଲି ଜୁନ 91ରେ | ମାର୍ଚ୍ଚ 91ରେ ମୋର ବାହାଘର ହୋଇଥିଲା | ସେ ଜୁଲାଇ 91ରେ କାମଲୁର ଆସି ପହଁଚିଲା |


 କଟକର ଜଣ ଗହଳି ରୁ ଶୂନ୍ ଶାନ କIମ୍ଲୁର ତାକୁ ବହୁତ ଅଜବ ଲାଗୁଥିଲା | ଯେମିତି ସାତ ସମୁଦ୍ର ତେର ନଈ ପାର ହୋଇ କେଉଁ ଏକ ଦ୍ୱୀପ ରେ ପହଂଚି ଯାଇଛି ସେ | ସବୁଠୁ ଖୁସିର କଥା ଥିଲା କାମଲୁର ର କ୍ଵାଟର କୁ କରେଣ୍ଟ ଆସିଥିଲା ଓ ଷ୍ଟେସନ ଚାର୍ଜ ନେଲI ରୁ ମୋର ଦିନ ଡିଉଟି ହୋଇଯାଇଥିଲା | ସନ୍ଧ୍ୟାରେ ଆମେ ଦୁଇଜଣ ଟ୍ରIକ କଡେ କଡେ ଜଙ୍ଗଲରେ କିଛିବାଟ ବୁଲୁଥିଲୁ | କରେଣ୍ଟ ଆସିଲା ପରେ ଟିଭି ମ୍ୟୁଜିକ ସିଷ୍ଟମ ଓ ଫ୍ରିଜ ଆସିଲା କାମଲୁର କୁ | ଦିନ ର ଡିଉଟି ପରେ ସନ୍ଧ୍ୟାରେ ସମସ୍ତେ ଟିଭି ଦେଖି ଖୁସି ହେଉଥିଲେ | ଅନୁରୋଧ ପରେ ସ୍ପେସିଆଲ ଏରିଆ ଡେଭଲପ ମେଣ୍ଟ ଅଥୋରିଟି ଗୋଟିଏ ନଳ କୁହ ବସାଇଲେ | ବହୁତ ଦିନ ପରେ ଏଠି ପିଇବା ପାଣିର ସମସ୍ୟା ଦୂରହେଲା | ଡାନିଏଲ ବାବୁ ଆମର ରେଷ୍ଟ ଗିଭର ଷ୍ଟେସନ ମାଷ୍ଟର ଥିଲେ | ସେ ପ୍ରାୟ ସବୁ ସପ୍ତାହରେ 3ଦିନ ପାଇଁ ଆମ ଷ୍ଟେସନ ଆସୁଥିଲେ | ସେ ସିନିଅର ଷ୍ଟେସନ ମାଷ୍ଟର ଥିଲେ ଓ ତାଙ୍କ ଅନୁଭୂତିରୁ ବହୁତ କଥା ଆମକୁ ଶିଖାଉଥିଲେ | ଆମ ସାଥିରେ ଜଙ୍ଗଲ ପିକନିକ ରେ ବି ଅନେକ ଥର ଯୋଗ ଦେଉଥିଲେ |

   ମମି ର କIମ୍ଲୁର ରେ ସବୁବେଳେ ମନ ଦୁଃଖ ରହୁଥିଲା ମୁଁ ଓ ମୋ ସାଙ୍ଗ ତାକୁ ବୁଝାଇବାକୁ ବହୁତ ଚେଷ୍ଟା କରୁଥିଲୁ | ଆମ ପାଖ ଘରେ ହରିନାଥ ବାବୁ ରହୁଥିଲେ | ଜେନା ବାବୁଙ୍କ ବଦଳି ପରେ ସେ ରେଳ ଟ୍ରାକ ନିରୀକ୍ଷକ ଭାବରେ ଯୋଗ ଦେଇଥିଲେ | ତାଙ୍କ ସ୍ତ୍ରୀ ବେବି ଓ ମମି ବହୁତ ସାଙ୍ଗ ହୋଇ ଯାଇଥିଲେ | ମିଳି ମିଶି ଅନେକ ସମୟ ବିତାଉଥିଲେ | କିଛି ଖେଳନା ଓ ଖାଇବା ଜିନିଷ ତିଆରି କରୁଥିଲେ | ହରିନାଥ କଂର ଘର ଆଜି ଓ ପଛ ପଟରେ ସୁନ୍ଦର ବଗିଚା ଥିଲା ସେଥିରେ ଫଳ ଓ ଫୁଲ ଗଛ ଲଗାଯାଇଥିଲା | ହରିନାଥ କଂର ଆରକୁ ବଦଳି ହୋଇଗଲା | ମାମି ଏକୁଟିଆ ହୋଇଗଲା ତାର ଗ୍ୟାସ୍ଟ୍ରିକ ପ୍ରୋବ୍ଲେମ ବାହାରିଲା | ତେଣୁ ତାକୁ କଟକ ପଠାଇଦେଲି ଓ ମୁଁ ଏକୁଟିଆ ଖୁସିରେ ରହିବାକୁ ଚେଷ୍ଟା କଲି | ଡିଉଟି ସରିଲା ପରେ କଲୋନୀର ପିଲନ୍କ ସାଥିରେ ଭଳି ଖେଳୁଥିଲି ଓ ତାପରେ ଟିଭି ଦେଖୁଥିଲି | ଭିଡିଓ ଗେମ ଓ କ୍ୟାସିଓ ବି କିଣିଲି କିଛି ସମୟ ଖୁସିରେ ବିତାଇବା ପାଇଁ | ମୋ ରେଷ୍ଟର ସାଙ୍ଗ କଂ ଘରକୁ ବୁଲିବାକୁ ଯାଉଥିଲି | 

94 ରେ ମୋ ପୁଅ ରାଜା ଜନ୍ମ ହେଲା | 94 ଡିସେମ୍ବର ରେ ଆମେ ସମସ୍ତେ ଫୁଣି କାମଲୁର ଆସିଲୁ | ବାଟରେ କିଛି ଅସୁବିଧା ନହେବ ବୋଲି ମୋ ନାନା ( ବାପା ) ଆମ ସାଥିରେ କIମ୍ଲୁର ଆସିଥିଲେ ଓ କିଛିଦିନ ରହି ଘରକୁ ଫେରିଥିଲେ | ଆସିଲାବେଳେ ଆରକୁ ରେ ହରିନାଥ ଓ ବେବି ରାଜକୁ ଦେଖିବାକୁ ଆସିଥିଲେ ଓ ଆମ ସମସ୍ତଙ୍କ ପାଇଁ ଖାଇବାକୁ ଆଣି ଆସିଥିଲେ | ରାଜାର ସବୁ ବେଳେ କିଛି ନ କିଛି ଦେହ ଖରାପ ହେଉଥିଲା | ସେଥିପାଇଁ ମୁଁ କାମଲୁର ରୁ ଟୋକାପIଲ ବଦଳି ଲେଖିଥିଲି | କାରଣ ଟୋକାପIଲ ରୁ ସବୁ ସୁବିଧା ଥିବା ଜଗଦଳପୁର ସହର 19 କିମି ଥିଲା | ଟୋକାପIଲରେ ବି ସ୍କୁଲ ,କଲେଜ ,ବଜାର,ବ୍ୟIଙ୍କ ଓ ଛୋଟ ହସ୍ପିଟାଲ ଥିଲା | ମୁଁ 10/03/95ରେ 7ବର୍ଷ ପରେ ଠିକ ସେହି କରିଥିବା ଦିନ ହିଁ କାମଲୁର ଛାଡି ବାହାରୁଥିଲି |

ମୁଁ ସବୁ ପ୍ୟାକେଟ ଗୁଡିକୁ ଷ୍ଟେସନ ପଠାଇଲା ପରେ ମୋ କ୍ଵାଟର କୁ ଶେଷ ଥର ପାଇଁ ବୁଲି ଦେଖୁଥିଲି ,କେଉଁଠି କିଛି ରହି ଯାଇନି ତ ? କିଛି ନଥିଲା ଥିଲା ଖାଲି ବିଗତ ସତ ବର୍ଷର ଅତୀତର ସୃତି | ଘରେ କଥା ସବୁ ପ୍ରତିଧ୍ଵନିତ ହେଉଥିଲା ବିଗତ ସ୍ୱରଟି ସବୁ ଆଖି ଆଗରେ ଆସି ମିଳାଇ ଯାଉଥିଲା | ପୁରୁଣା କାଗଜ ପତ୍ର ଓ ଚିଠିକୁ ଏକାଠି କରି ବାହାରେ ନିଆଁ ଲଗାଇଦେଲି | ଏହା ଘର ଛାଡିବାର ଶେଷ ପର୍ବ ଥିଲା | ମୁଁ ଷ୍ଟେସନ ଆଡ଼କୁ ବଢୁଥିଲି ,ଦେଖିଲି ଅହମଦ ଓ ତା ସ୍ତ୍ରୀ ସହନାଜ ଠିଆହୋଇଛନ୍ତି ଦୁଆରେ | ଅହମଦ ଏଇ କିଛି ଦିନ ହେବ ବାହା ହୋଇ ଆସିଛି | ସହନାଜ ଆଖିରେ ଲୁହ ,ତା ଲୁହ ଦେଖି ମୋ ଆଖି ବି ଭରି ଆସିଲା | ସେ କହିଲା ,ରାଜା ଠିକ ହୋନେ ସେ ଭାବି କୋ ଲେକେ ଏକ ବାର ଇଧର ଆଇଏ | ମୁଁ ହଁ କହି , ଆଗକୁ ବଢ଼ିଲି ସେ ଦିଜଣ ପଛରେ ଆସିଲେ | ଗାଡି ଆସିଲା ପରେ ସବୁ ଲୋଡ଼ କରାଗଲା | ଗାଡି ଛାଡିଲା ,ମତେ ନେଇ ଆଗକୁ ବଢ଼ିଲା | ପ୍ଲାଟ ଫର୍ମ ରେ ସକାଳୁ ଅନେକ ଲୋକ ଥିଲେ ,ଅହମଦ ,ସହନାଜ ,ଯୋଗା ,ମଙ୍ଗୁ ,ମୂଶୀ ସୁଜି ଓ ରାମନା ଇତ୍ୟାଦି | ମୁଁ ଦେଖାଯିବ ଯାଏଁ ସମସ୍ତେ ହାତ ହଲାଉ ଥିଲେ | ଭଲ ଷ୍ଟେସନ୍କୁ ଯାଉଥିଲେ ବି ମୋ ଆଖିରୁ ଲୁହ ଶୁଖୁ ନଥିଲା କାରଣ ମୋର ପ୍ରଥମ ଷ୍ଟେସନ କାମଲୁର ଲୋକକଂ ସ୍ନେହ ଓ ଭଲପାଇବା ମୁଁ ଭୁଲିପାରୁନଥିଲି |

       ଗାଡି ଚାଲିଲା ର କିଛି ସମୟ ପରେ ମୁଁ ରାଜା କଥା ଭାବୁଥିଲି | ମୋତେ ଟୋକପାଲ ରେ ଟାଇପ ତୁ ଜାଗାରେ ଦୁଇଟି ଟାଇପ ୱାନ କ୍ବାଟର ମିଳିଥିଲା ହେଲେ ତା ଭିତରେ ବାଟ ନଥିଲା | ଦନ୍ତେୱ|ଡା ରୁ ଚନ୍ଦ୍ର ଶେଖର ବାବୁ (ଜଣେ ଷ୍ଟେସନ ମାଷ୍ଟର ) ଉଠିଲେ ମୋର ଘର କଥା ତାଙ୍କୁ କହିଲି ସେ ମତେ ବୁଝାଇ କହିଲେ ଦେଖନ୍ତୁ ଏହା ଏକ ଛୋଟ ସମସ୍ୟା ଦୂରରୁ ବଡ଼ ଲାଗୁଚି ପାଖକୁ ଗଲେ ସବୁ ଠିକ ହୋଇ       ମୁଁ ଟୋକାପ|ଲ ପହଁଚିଲି | ପ୍ଲାଟ ଫର୍ମରେ ସବୁ ଷ୍ଟେସନ ମାଷ୍ଟର ଥିଲେ ,ରାଜା ଓ ମାମି ବି ଆସିଥିଲେ |   ସବୁ ପ୍ୟାକେଟ ନୂଆ କ୍ବାଟର କୁ ନିଆଗଲା | ଟାଇପ ୱାନ ଘର ଟା ବହୁତ ସାନ ଥିଲା | ଦି କ୍ବାଟର ମଝିରେ ବାଟ ନଥିବାରୁ ଆର କ୍ଵାଟର ର କିଛି କାମ ନଥିଲା | ମାମିର ଦୁଃଖ ବହୁତ ଥିଲା କାରଣ ମୁଁ ଇନ ଚାର୍ଜ ଷ୍ଟେସନ ମାଷ୍ଟର ହେଲେବି ରହିବ ପାଇଁ ଟାଇପ ଟୁ ଘର ନଥିଲା ଓ ଜୁନିଅର ମାଷ୍ଟର ମାନେ ଟାଇପ ଟୁ ଘରେ ରହୁଥିଲେ | ରାଜାର ଜ୍ଜ୍ୱର ଭଲ ହେଲାନି ତାକୁ କଟକ ପଠାଇଦେଲି | ସେ ଦି ମାସ ପରେ ତା ପ୍ରଥମ ଜନ୍ମ ଦିନ ପରେ ଟୋକପାଲ ଫେରିଲା | ଦି ରୁମ ମଝିରେ ଗୋଟେ ବାଟ ଖୋଲିବା ପାଇଁ ,ମୁଁ ଇଂଜିନିୟରିଂ ବିଭାଗକୁ ଲେଖି  ଆମେ ସମସ୍ତେ ଟୋକପାଲ ଆସି ପହଁଚିଲା ବେଳେ ପଣ୍ଡା ବାବୁ ,ରାଉତ ବାବୁ ଓ ସ୍ୱାମୀ ବାବୁ ସମସ୍ତେ ପ୍ଲଟ ଫର୍ମ ରେ ଥିଲେ | ପଣ୍ଡା ବାବୁ କହିଲେ ଆପଣ କଁ ଦି ରୁମ ମଝିରେ ଗୋଟେ କବାଟ ଲାଗି ଯାଇଛି | ବର୍ତ୍ତମାନ ଆମ ପାଖରେ ଦିଟା ରୁମ ହୋଇଗଲା | ନନା ଆମ ସାଥିରେ ଆସିଥିଲେ ସେ ପୂଜା କରିବା ପରେ ଡ୍ରିମ ଡୋର ର ଶୁଭାରଂଭ ହେଲା | ରାଜା ଜନ୍ମ ଦିନ ପାଇଁ ଗୋଟେ ଛୋଟ ପାର୍ଟି ବି ହେଲା | ଆମ ଘର ଆଗରେ ଝାଡ଼ୁ ଗେଂଡୁ ଗଛ ଲଗା ହୋଇଥିଲା | ସେ ଗଛ ଗୁଡିକ ହଳଦିଆ ଫୁଲରେ ଭରୀ ଥିଲା |ରାଜା ଓ ମାମୁନି ( ପଣ୍ଡା ବାବୁଙ୍କ ଝିଅ) ଆମ ଘର ଆମ ଘର କହି ଖେଳୁଥିଲେ | ମମି ତାଙ୍କୁ ଦେଖି ବହୁତ ଦିନ ପରେ ହସୁଥିଲା | ମୁଁ ଟିକେ ଦୂରରୁ ସମସ୍ତଂଙ୍କୁ ଦେଖୁଥିଲି |




Rate this content
Log in

More english story from Kamal Kumar Dash

Similar english story from Drama