Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

2  

K. Nirmal

Others

ନୂଆବର୍ଷ

ନୂଆବର୍ଷ

2 mins
430


(ଗରିବ ପରିବାରର ନୂଆ ବର୍ଷ କେତେ ଭିନ୍ନ ମା'ପୁଅଙ୍କ ଭିତରେ କଥା ବାର୍ତ୍ତା)
ପୁଅ ସ୍କୁଲୁରୁ ଫେରି ଡାକ ମାରିଲା
ମା' ମା' କୁଆଡ଼େ ଅଛ ମା'
(ଅତି ସ୍ନେହରେ ପୁଅର ନାମ ମା' ସୁନା ବୋଲି ରଖିଥାନ୍ତି )

ମା' :- ହଁ ସୁନା ଆସୁଛି ଆସୁଛି ।
(ମା'ରୋଷେଇ ଘରୁ ଆସିଲା )

ମା':- କହରେ ସୁନା କଣ ହୋଇଛି ।

ସୁନା:-ମା'ମୁଁ ପିକନିକ ଯିବି ।ସାଙ୍ଗ ମାନେ ସମସ୍ତେ ଯିବେ ।ମୋତେ ପଇସା ଦିଅ ମା'

ମା':- ମା'ଆଖିରୁ ଲୁହ ଦୁଇ ବିନ୍ଦୁ ରକ୍ତ ପରି ଖସିଗଲା।

ସୁନା:- କଣ ହେଲା ମା'ତୁମେ କାନ୍ଧୁଛ ।

ମା':- ନାହିଁରେ ସୁନା ମୁଁ କାନ୍ଧୁନାହିଁ । ତୋ ବାପା ଯେତେବେଳେ ବୟସର ଥିଲେ । କେତେବେଳେ ବି ତୋ'ର ଅଭାବ ରଖୁ ନ ଥିଲେ । କିନ୍ତୁ ଦୁଃଖର କଥା ସମସ୍ତଙ୍କ ଘରେ ବୁଲି ବୁଲି ବାସନ ମାଜୁଛି ମୁଁ ।ଯାହା କିଛି ଦଉଛନ୍ତି । ସେହି ପଇସା ରେ ଆମ ଘର ଚଳୁଛି ।ଯଦି କାମକୁ ନ ଗଲି ସେମାନେ କେତେ ଗାଳି କରୁଛନ୍ତି । ମୋ ଦେହ ସବୁବେଳେ ଭଲ ରହୁନାହିଁ । ତୁହିତ ଜାଣିଛୁ ।କିଛିଦିନ ହେଲା ମୋତେ ଜ୍ୱର ପ୍ରବଳ ।

ସୁନା:- ମା'ମୁଁ ପାଠ ପଢ଼ି କଣ ହେବ ସମସ୍ତେ କେତେ ବୁଲୁଛନ୍ତି,ହସୁଛନ୍ତି ,ଖେଳୁଛନ୍ତି କିନ୍ତୁ ମୁଁ କଣ ବୁଲି ପାରିବିନି। ପ୍ରଭୁ କାହିଁକି ଆମକୁ ଗରିବ କଲେ ମା'

ମା':-ତୁ ପାଠ ପଢ଼ିଲେ ଆମ ଘରର ନାଁ ରଖିବୁ । ସମସ୍ତେ ଯାହା କୁହନ୍ତୁ। ମୁଁ କିନ୍ତୁ ତୋତେ ବହୁତ ପାଠ ପଢେଇବି।

ସୁନା:-ହଁ ମା' ତମେ ଯାହା କହିଲ। ମୁଁ ସବୁ ମନେ ରଖିବି। ଆମ ଘର ର ନାମ ଦିନେ ଉଜ୍ଜ୍ବଳ କରିବି ।
ସମସ୍ତେ ପିକନିକ ସିନା ଯାଉଛନ୍ତି ।ହଉ ଆଜି ଯାଆନ୍ତୁ ।କାଲି ଯେତେବେଳେ ମୋତେ ସେହିମାନେ ସାର ବୋଲି ଡାକିବେ ।ସେତେବେଳେ ସେମାନଙ୍କୁ ମୁଁ ଦେଖାଇ ଦେବି।
ପଇସା ର ଇଜ୍ଜତ କେତେ ।

ମା':-ମୋ ପୁଅ ଆଜି ପଇସାର ମହତ୍ତ୍ଵ ଜାଣି ପାରିଲା।ଖୁବ୍ ଖୁସି ଲାଗିଲା ।ମୋ ପୁଅ ପରି ଜଗତରେ କେହି ନାହିଁ। ସୁନା ମୁଣ୍ଡା ପରି ମୋ ପୁଅ।

ସୁନା:- ହଁ ମା'ମୁଁ ଦିନେ ଆମ ଘର ର ଖୁସି ଫେରାଇ ଆଣିବି। ଯେଉଁମାନେ ପଇସା ର ଇଜ୍ଜତ କଣ ଜାଣି ନାହାଁନ୍ତି। ସେମାନଙ୍କୁ ବି ମୁଁ ଜଣାଇ ଦେବି।

ମା':- ହେ ପ୍ରଭୁ ମୋ ପୁଅ ପରି ଜଗତରେ ସମସ୍ତେ ହୁଅନ୍ତୁ ।


◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
◆ ମୋବାଇଲ:-୯୫୬୬୧୧୩୬୦୭
◆ Gmail:-nirmaln270@gmail.com


Rate this content
Log in