Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେବକ ବି ସେବା ର ଅଧିକାରୀ
ସେବକ ବି ସେବା ର ଅଧିକାରୀ
★★★★★

© Paramita Mishra

Others

5 Minutes   361    38


Content Ranking

ଜନୈକ ଦେଶରେ ରାଣୀ ଙ୍କ ଦରବାର ରେ ସଭା କାର୍ଯ୍ୟ ଚାଲିଥାଏ ହଠାତ୍ ସୈନିକ ମାନେ ଏକ ଛଦ୍ମବେଶି କୁ ଦରବାର କୁ ନେଇ ଆସିଲେ। ରାଣୀ କୁ ଛଦ୍ମବେଶୀ ର ଅଣ୍ଟା ରେ ବଂଶୀ ଟିକୁ ଦେଖି ଟିକେ ଆଚମ୍ବିତ ହେଲେ। ସଭାରେ ଗରମାଗରମି ଚାଲିଲା କିଏ ଏ ଲୋକ। ସୈନ୍ଯ ମାନେ ଫରିୟାଦ କଲେ ଏ ଅଜଣା ବ୍ଯକ୍ତି ଜଣକ ଗତ କିଛି ଦିନ ହେବ ମହଲ ରେ ଦେଖାଯାଉଛି ଯାହାର ଆମ ସୈନ୍ୟବାହିନୀ ରେ କୌଣସି ବିବରଣୀ ନାହିଁ। ରାଣୀ ଆଶ୍ଚର୍ଯ୍ୟ ହୋଇ ଛଦ୍ମବେଶି ଜଣକୁ ପଚାରିଲେ “କିଏ ତୁମେ, ଏଠି ଏମିତି ବେଶ ବଦଳାଇ ବୁଲିବାର ଅଭିପ୍ରାୟ କଣ?” କିନ୍ତୁ ବ୍ଯକ୍ତି ଜଣକ କିଛି ନକହି ମୌନ ହୋଇ ଠିଆ ହୋଇ ରହିଲା।ରାଣୀ ଙ୍କ ଆଜ୍ଞା ରେ ବ୍ଯକ୍ତି ଟିର ମୁଖା ଖୋଲିଦିଆଗଲା।

ଆରେ ଏ ତ ରାଜକୁମାର ରବିନ।

ସମସ୍ତେ ଦେଖି ଆଚମ୍ବିତ। ରାଣୀ କଂ ରାଗ ପଂଚମ କୁ ଉଠିଲା। ସ୍ବାମୀ କଂ ମୃତ୍ୟୁ ପରେ ସାନ ସାନ ପାଞ୍ଚ ପୁତ୍ର କୁ ଧରି ରାଣୀ କେତେ ଯେ କଷ୍ଟ ରେ ରାଜ୍ୟ ଶାସନ କରିଛନ୍ତି। ସବୁ ପୁତ୍ର କୁ ଉଚିତ ଶିକ୍ଷା ଏବଂ ସଂସ୍କାରିତ କରିଛନ୍ତି କିନ୍ତୁ ଏ ରବିନ ସବା ସାନ ପୁଅ କୁ ରାଜ୍ୟ ଶାସନ ରେ କୌଣସି ରୁଚି ନାହିଁ। ଯଦିଓ ସେ ଶସ୍ତ୍ର ବିଦ୍ଯା ଓ ଶିକ୍ଷା ରେ ପାରଙ୍ଗମ ତଥାପି ସେଥିରେ କୌଣସି ରୁଚି ନରଖି କେବଳ ବଂଶୀ ବଜାଇ ପୁରା ଦିନ ରାଇଜ ସାରା ବୁଲି ବିତାଇ ଦିଅନ୍ତି। । ଆଜିଯାଏ ରାଜ୍ୟ ର ଏକ ଆଯୋଗ୍ୟ ରାଜକୁମାର ରବିନ ଆଜି ପୁଣି କିଛି ଏମିତି କରିଛି ଯେଉଁଥିରେ ରାଣୀ ଙ୍କ ମୁଣ୍ଡ ଲଜ୍ଜା ରେ ଲଇଁ ଯାଇଛି। ତା ଉପରେ ରବିନ ର ମୌନତା ଆହୁରି ବିରକ୍ତିକର। ମହାମନ୍ତ୍ରୀ ରାଣୀ କୁଂ ଶାନ୍ତ କରିବାକୁ ଯାଇ କାନରେ ଧିରେ କରି କହିଲେ “ମହାରାଣୀ ଶାନ୍ତ ହୋଇ ବିଚାର କରନ୍ତୁ ଯାହା ହେଲେବି ସେ ଆପଣଙ୍କ ପୁତ୍ର ” କିନ୍ତୁ ସୁରକ୍ଷାମନ୍ତ୍ରୀମାନେ ଯୁକ୍ତି ବାଢିଛନ୍ତି ଯେ ନିଶ୍ଚିତ ଏ ଶତ୍ରୁ ରାଜ୍ୟ ର ଚକ୍ରାନ୍ତ। ରାଜ୍ୟ ଲୋଭରେ ରାଜକୁମାର ରବିନ ଶତ୍ରୁ ରାଜ୍ୟ ସହ ହାତ ମିଶାଇ ଛନ୍ତି। ଯଦି ରାଜକୁମାର କୁ ଶାସ୍ତି ନଦିଆଯାଏ ରାଜ୍ୟ ରେ ଅରାଜକତା ଖେଳିଯିବ। ରାଣୀ ଏଠି ବିବସ ହୋଇ ଶେଷ ଥର ପାଇଁ ରବିନ କୁ ପଚାରିଲେ ନିଜ ପକ୍ଷ ରେ କହିବାକୁ କିନ୍ତୁ ରବିନ ଏବେବି ଚୁପ୍ ଥିଲେ। ରାଣୀ ଙ୍କ ରାଗ ବି ସୀମା ଲାଙ୍ଘୁଥିଲା। ବାଧ୍ଯ ହୋଇ ଶେଷରେ ନିଜର ବିଚାର ରଖିଲେ ଯେ ରାଜ୍ୟରେ ଅପରାଧ ପାଇଁ ସମସ୍ତେ ସମାନ ଦଣ୍ଡ ର ଅଧିକାରୀ। ରବିନ ଯଦି ତୁମେ ଏବେବି କିଛି ନକୁହ ତାହେଲେ ମନ୍ତ୍ରୀମଣ୍ଡଳ କଥା ଅନୁସାରେ ତୁମକୁ ଦେଶଦ୍ରୋହି ବୋଲି ଧରାଯାଇ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରାଯିବ। ସଭା ରେ ସମସ୍ତେ ରାଣୀ କଂ ବିଚାର ଶୁଣି ସ୍ତବ୍ଧ ହୋଇଗଲେ। ସଭା ରେ ବାତାବରଣ ଏକଦମ୍ ଶାନ୍ତ ପଡିଯାଇଥିଲା ହଠାତ୍ ଭିଡ ଭିତରୁ ଜଣେ ବୃଦ୍ଧା ନାରୀ ସଭା ଭିତରକୁ ଆସିଲେ ରାଣୀ ତାଙ୍କୁ ଚିହ୍ନି ନେଇ କହିଲେ ଆରେ ମରୁନ ତୁମେ ଏଠି? ରାଜକୁମାର ରବିନ ବି ତାଙ୍କୁ ଦେଖି ଟିକେ ବିବ୍ରତ ହୋଇ ଉଠିଲେ କିଛି କହିବାକୁ ଯାଉଥିଲେ ହିଁ କି ମରୁନ ଆଗକୁ ଆସି ରାଣୀ କୁ କହିଲେ ମହାରାଣୀ ଏଠାରେ ଯଦି କେହି ଶାସ୍ତି ପାଇବାର ଯୋଗ୍ୟ ସେ ହେଉଛି ମୁଁ, ଆପଣ ମତେ ଦଣ୍ଡ ଦିଅନ୍ତୁ। ରାଜକୁମାର ଙ୍କ ର କିଛି ଭୁଲ ନାହିଁ। ଆଜିକୁ ସାତ ଦିନ ହେଲା ମୋର ଭୀଷଣ ଦେହ ଖରାପ ଆଉ ଏତକ ଦିନ ରବ୍ ମୋ ପାଖରେ ରହି ମୋର ଖୁବ୍ ସେବା ଶୁଶ୍ରୁଶା କରିଛନ୍ତି। ଜଣେ ରାଜକୁମାର ଠୁ ମୁଁ ମୋର ସେବା କରାଉଛି ଜାଣିଲେ ଆପଣ ମତେ ଦଣ୍ଡିତ କରିବେ ବୋଲି ରାଜକୁମାର ମୌନ ରହିବା ହିଁ ଶ୍ରେୟ ମଣିଲେ। ରାଣୀ ଚୁପ୍ ହୋଇ ସବୁ ଶୁଣିଥିଲେ। ରବିନ ମୌନ ଭାଙ୍ଗି କହିଲେ ନା ରାଣୀ ମାଆ ମରୁନ ମିଛ କହୁଛି, ସେ କେମିତି ଜାଣିଲା ମୁଁ ତା ଘରେ ଥିଲି ବୋଲି। ମରୁନ ସେଠୁ ରବ୍ ମୁଣ୍ଡ ରେ ହାତ ବୁଲାଇ ଦେଇ ଗେହ୍ଲା ରେ କହିଲେ, ପୁଅ ରାଣୀ ମାଆ କଂ ଗର୍ଭ ରୁ ବାହାରି ତୁ ସିଧା ମୋରି ହାତରେ ପଡିଥିଲୁ ତୁ ଏଡିକି ବକଟେ ହୋଇଥିଲୁ ମୁଁ ତତେ ତିଳେ ବି ତଳେ ରଖି ବାକୁ ଦେଇନି। ମୋ ଛାତିର ରକ୍ତ ପିଆଇ ମୁଁ ତତେ ବଡ କରିଛି। ତୋ ଦେହ ର ଗନ୍ଧ ବି ମୋ ଦେହରେ ଜରି ଯାଇଛି ରେ ବାବା ଆଉ ତୁମେ କହୁଛ ମୁଁ ତୁମକୁ ଚିହ୍ନି ପାରିବିନି। ଆଉ ପ୍ରମାଣ ଦରକାର ତ ଶୁଣ ମୋ ହାଣ୍ଡିଶାଳ ରେ ଆଉ ଟିପେ ବି ଚିନି ନାହିଁ କୁହ କିଏ ଖାଇଲା ସେସବୁ? ମୋ ଘରେ ଆଉ କିଏ ଅଛି ଯେ। ଆରେ ମୁଁ ତ ଭାବିଥିଲି ମୁଁ ଆଉ ବଞ୍ଚିବିନି, ତୁମକୁ ଶେଷ ଥର ପାଇଁ ଦେଖିବାକୁ ଛଟପଟ ହେଉଥିଲି।କୋଉଠି ନା କୋଉଠି ମୋର ବିଶ୍ବାସ ଥିଲା ଆଉ କେହି ଆସୁ ବା ନଆସୁ ମୋ ରବ୍ ମୋ ପାଖକୁ ନିଶ୍ଚୟ ଆସିବ। ଆଉ ଯେତେବେଳେ ରବିନ୍ କୁ ଦେଖିଲି ମୁଁ ସ୍ବାର୍ଥୀ ହୋଇଗଲି ମହାରାଣୀ ଏବଂ ଗୋଟେ ରାଜକୁମାର ଠାରୁ ସେବା ପାଇବାର ଅପରାଧ କରି ବସିଲି। ତେଣୁ ମତେ ଦଣ୍ଡ ଦିଅନ୍ତୁ ରାଣି ମାଆ।

ମହାରାଣୀ ଅତ୍ୟନ୍ତ ଶାନ୍ତ ଭାବେ ଏଥର ରବିନ କୁ ପଚାରିଲେ “ବାବା ଦେଖ ମତେ ଆଉ ମିଛ କୁହନା ସତ କୁହ ମହଲ ରେ ହଜାର ହଜାର ଲୋକ ଅଛନ୍ତି କିନ୍ତୁ ଜଣେ ପରିଚାରିକା ବିମାର ଅଛି ବୋଲି ତୁମେ କେମିତି ଜାଣିଲ? ଆଉ ଜଦି ଜାଣିଲ ତୁମେ ତାଙ୍କ ପାଇଁ ବୈଦ ପଠାଇ ପାରିଥାନ୍ତ ଆଉ ଦାସ ପଠାଇ ପାରିଥାନ୍ତ ତୁମେ ଜଣେ ରାଜକୁମାର ହୋଇ ନିଜେ ଦାସ ହୋଇ ସେବା କରିବା ଟା କଣ ଆବଶ୍ୟକ ଥିଲା?

ରାଜକୁମାର ରବିନ ଏଥର ନିଜର କଥା କହିଲେ, ରାଣୀ ମାଆ, ମୋ ଖାଇବା ରେ କଣ ଖାଏ କଣ ଆପଣ ଜାଣିଛନ୍ତି?ରାଣୀ ମୌନ ରହିଲେ। ରବିନ ପୁଣି କହିଲେ, ମରୁନ ଜାଣିଛି। ପ୍ରତି ଦିନ ମୋର ଖାଇବା ଥାଳି ରେ ଲୁଚାଇକି ଗୋଟିଏ ଗିନା ଚିନି ଆସେ। ସେଦିନ ରାତିରେ ମୋ ଖାଇବା ଥାଳିରେ ଚିନି ନଥିଲା ଆଉ ଏମିତି କେବେ ବି ହୋଇନଥିଲା ତେଣୁ ମୁଁ ସାରା ମହଲ ରେ ଦେଖିଲି କିନ୍ତୁ କୋଉଠି ପାଇଲିନି। ସେହି ଦିନ ହିଁ ରାତିରେ ଛଦ୍ମବେଶ ରେ ବାହାରି ଗଲି ଦେଖିବାକୁ ତାଙ୍କ ଘରକୁ ଆଉ ଦେଖିଲି ମରୁନ ବହୁତ ଅସୁସ୍ଥ। ପାଖରେ କେହି ନାହିଁ।

ସେତେବେଳେ ମୋ ମନରେ ଏ ଭାବନା ହିଁ ଆସିଲାନି ଯେ ମୁଁ ଜଣେ ରାଜକୁମାର। ମତେ ଲାଗିଲା ସେତେବେଳେ ତାଙ୍କୁ ବୈଦ ଠୁ ବେଶି ସ୍ନେହ ର ଆବଶ୍ୟକତା ଥିଲା। ଆଉ ନାମ ଗୋପନ ରଖିଲି କାରଣ ମରୁନ ର କିଛି ଅମଙ୍ଗଳ ନହେଉ। ହଁ ଚାହିଁ ଥିଲେ ମୁଁ ଦାସ ପରିଚାରକ ପଠାଇ ପାରିଥାନ୍ତି କିନ୍ତୁ ମାଆ ର ସେବା କରିବାର ସୁଯୋଗ ମତେ ଆଉ ମିଳି ନଥାନ୍ତା। ଆଜିଯାଏଁ ମରୁନ ମୋର ସବୁ ସେବା କରିଆସିଛି ଆଉ ଆପଣ ହିଁ ତ ଶିଖେଇ ଛନ୍ତି ସେବକର ବି ସେବା ରେ ଅଧିକାର ଅଛି।

ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ ମାଆ ମୁଁ କଣ ଭୁଲ୍ କରିଛି।

ପ୍ରଜା ମାନେ କରତାଳି ଦେଇ ସମ୍ବର୍ଦ୍ଧନା ଜଣାଇଲେ,ମରୁନ ପୁଅ କହି ରବିନ୍ କୁ ଜାବୁଡି ଧରିଲେ। ମହାରାଣୀ ଙ୍କ ମୁହଁ କିଛି ଫିକା ପଡି ଯାଉଥିଲା, ସେ ବି ତାଳି ମାରି ସମର୍ଥନ ଦେଇ ରବିନ୍ କୁ କହିଲେ, ଏହା ସତ ଯେ ମୁଁ ତୁମକୁ ଜନ୍ମ ଦେଇଛି କିନ୍ତୁ ମରୁନ ବିନା ସ୍ବାର୍ଥ ରେ ତୁମକୁ ପାଳିଛି। ତେଣୁ ତୁମ ସେବାରେ ମରୁନ ସମ୍ପୂର୍ଣ୍ଣ ର ଅଧିକାର ଅଛି।

ପରେ ଭାବୁକ ହୋଇଆସି କହିଲେ ଯୋଉ ପୁଅ ମନରେ ପାଳି ଥିବା ମାଆ ପ୍ରତି ଏତେ ସ୍ନେହ ସେ ଦେଶ, ମାତୃଭୂମି କୁ ବି କେତେ ଯେ ସ୍ନେହ ନ କରିବ, ସେ କେବେ ଅଯୋଗ୍ୟ ହୋଇନପାରେ। ମୋ ଦେଇଥିବା ଶିକ୍ଷା ଅନ୍ୟ ପୁତ୍ରମାନେ ତ କେବଳ ଶିଖିଛନ୍ତି କିନ୍ତୁ ତୁମେ ତାକୁ ପ୍ରକୃତ ଗ୍ରହଣ କରିଛ ଓ ଜୀବନରେ ଅନୁସରଣ କରିଛ। ରବିନ ମୁଁ ତୋ ପାଇଁ ଗର୍ବିତ। rm

ପରମିତା ମିଶ୍ର

ଫରିୟାଦ ବଂଶୀ ମୌନ

Rate the content


Originality
Flow
Language
Cover design

Comments

Post

Some text some message..