Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan barik

Others

3  

Jyotiranjan barik

Others

ଦ୍ୱିତୀୟ ଈଶ୍ଵର

ଦ୍ୱିତୀୟ ଈଶ୍ଵର

4 mins
756


ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ ମୋର ଏଇ ଛୋଟ ଗଳ୍ପ ଟିଏ

"ଦ୍ୱିତୀୟ ଈଶ୍ଵର"

ଏବେ ଏବେ ଦେଖିଲି , ଫେସ୍ ବୁକ୍ ରେ କେହିଜଣେ dr. Diptiman ଙ୍କ ମହାନତା କୁ ନେଇ ପୋଷ୍ଟ କରିଛନ୍ତି । ଲେଖାଥିଲା କିଛିଦିନ ତଳେ ଜଣେ ମହିଳା ତାଙ୍କ ଝିଅର କାନ ଦେଖେଇବା ପାଇଁ dr. Diptimanଙ୍କ କ୍ଲିନିକ୍ କୁ ଆସିଥିଲେ , କାନର ଅବସ୍ଥା ଦେଖି ଅପେରେସନ ହବ ବୋଲି dr. Diptiman କହିଥିଲେ । ଏବଂ ନିଜେ ସେ ଅପେରେସନ କରିସାରିଲା ପରେ ଜାଣିବାକୁ ପାଇଲେ ସେ ଝିଅର ମା ସେ ଟଙ୍କା ଧାର ଉଦ୍ଧାର କରି ଦେଇଛନ୍ତି । ଝିଅଟି ବି ବୋର୍ଡ ପରୀକ୍ଷା ଦେଇସାରିଥାଏ ଓ ଆଗକୁ ପଢ଼ିବାର ନିଶା ମଧ୍ୟ ତାର ଥାଏ । ଅଭାବ ପରିସ୍ଥିତି ପାଇଁ ସେ ଆଉ ପଢି ପାରିବନି ବୋଲି ତାଙ୍କ ମା କହୁଥିଲେ । ଏହା ଶୁଣି dr. diptiman ତାଙ୍କର ସବୁ ଖର୍ଚ୍ଚ ଛାଡ଼ କରି ସେଇ ଟଙ୍କାରେ ଝିଅକୁ ପାଠ ପଢେଇବା ପାଇଁ କହିଲେ ।

ଏଇ ପୋଷ୍ଟ ଟି ଆଖିରେ ପଡିଲା ପରେ ମନେ ମନେ ଭାବିଲି କେତେ ମହାନ ସେ dr. Diptiman , ଏତେ ଗୁଡ଼ାଏ ଟଙ୍କା କଣ କିଏ କାହାକୁ ଛାଡେ ? ସତରେ ଏମିତି କେତେଜଣ ଡାକ୍ତରଙ୍କ ପାଇଁ ସାରା ବିଶ୍ବରେ ସବୁ ଡାକ୍ତର ଆଜି ଦ୍ୱିତୀୟ ଈଶ୍ଵର ।

ସରକାରୀ ଡାକ୍ତରଖାନା ମାନଙ୍କରେ ଡାକ୍ତର ଆସୁନାହାନ୍ତି , ଅପେରେସନ ବେଳେ ପେଟଭିତରେ ଯନ୍ତ୍ରପାତି ରହିଯାଉଛି ତାହା ମଧ୍ୟ ଜାଣି ପାରୁନାହାନ୍ତି । କିନ୍ତୁ ମାସ ଶେଷରେ ମୋଟା ଅଙ୍କରେ ଦରମା ନେଉଛନ୍ତି । ଗରିବ ମାନଙ୍କ ଠୁ ପଇସା ଲୁଟିବା ଚକର୍ ରେ ନିଜେ ନିଜର କ୍ଲିନିକ୍ କରି ସରକାରୀ ମେଡିକାଲ ଆସୁଥିବା ଗାଉଁଲି ଅପାଠୁଆ ଲୋକ ମାନଙ୍କୁ ଭଲ କରିବାର ପ୍ରତିସ୍ମୃତି ଦେଇ ନିଜ କ୍ଲିନକ୍ ରେ ଆଡ୍ମିସନ କରନ୍ତି । ଏମିତି ବି ଡାକ୍ତର ଅଛନ୍ତି । ରୋଗୀ ଦେଖିସାରି ଫିସ୍ ନବାର ବି ଡାକ୍ତର ଙ୍କୁ ଦେଖିଚି । ନିଜ prescription ର medicine କେବଳ ନିଜ କ୍ଲିନିକ୍ ରେ ବିକ୍ରି କରୁଥିବା ର ଡାକ୍ତର ଙ୍କୁ ବି ଦେଖିଚି । ହେଲେ ବିନା ସ୍ୱାର୍ଥ ରେ ନିଜ ପାରିଶ୍ରମିକ ସହ କୌଣସି ଟଙ୍କା ନନେଇ ସେଇ ଟଙ୍କାରେ ସେ ଗରିବ ଝିଅକୁ ପାଠ ପଢେଇ ଉଛ ଶିକ୍ଷିତା କରେଇବା ପାଇଁ ଆଦେଶ ଦେଇଥିବା dr. Diptiman ଙ୍କୁ କେବେ ଦେଖିନଥିଲି ।

ତାଙ୍କ ବିଷୟରେ ଜାଣିବା ପାଇଁ ଖୁବ୍ ଇଛା ହେଲା । social media ର ସାହାର୍ଯ୍ୟ ନେଇ ତାଙ୍କୁ ଖୁବ୍ ଖୋଜିଲି । ଆଉ ପାଇଗଲା ପରେ ସିଧା କଲ୍ କଲି dr. Diptiman ଙ୍କ ପାଖକୁ । ସେତେବେଳେ ସେ ବୋଧେ ବ୍ୟସ୍ତ ଥିଲେ , ତାଙ୍କ ମୋବାଇଲ୍ ବ୍ୟସ୍ତ ଦେଖେଇଲା । କିଛି ସମୟ ପରେ dr. Diptiman କଲ୍ କଲେ । ଆଉ ପଚାରିଲେ କିଏ କହୁଥିଲେ ? ମୁଁ ମୋ ପରିଚୟ ଦେଲି ଆଉ ତାଙ୍କ ପରିଚୟ ସହ ନିଜ ବିଷୟରେ କିଛି କହିବା ପାଇଁ ଅନୁରୋଧ କଲି ।

ଆଉ କିଛି ନ ପଚାରି dr. Diptiman କହି ଚାଲିଲେ ......

ଛୋଟବେଳୁ ଛୋଟିଆ ଆଶା ଟିଏ ଥିଲା ଡାକ୍ତର ହେବି । କିନ୍ତୁ ମୁଁ ଯେତେବେଳେ ଷ୍ଟାଣ୍ଡର୍ଡ 8 ରେ ପଢ଼ୁଥିଲି ମୋର କିଡ୍ନୀ ରୋଗ ବାହାରିଲା , 2002 ମସିହାରେ ମୋର ଅପେରେସନ ହେଲା ପୁରା ପଞ୍ଚାଘଣ୍ଟା ଧରି । ଅପେରେସନ ପରେ ଭଲ ଯଦିଓ ହେଲାନି ଖରାପ ବି ହେଇନି ଯେମିତି ଥିଲା ସେମିତି ରହିଯାଇଛି । ମୋ ବାପା ଜଣେ diabetic specialist , ସେ ମୋତେ ସବୁବେଳେ co-operation କରନ୍ତି Dr ହବାପାଇଁ । ଏମିତିରେ ମୁଁ ବି dr ହବା ପାଇଁ ଆଗ୍ରହୀ ଥିଲି , କାରଣ ପେସେଣ୍ଟ ମାନଙ୍କର ଯୋଉ ସମ୍ମାନ ଥାଏ dr ମାନଙ୍କ ପ୍ରତି ସେ ସବୁ ମତେ ଭଲ ଲାଗୁଥିଲା । ଯେତେବେଳେ ମୋର ଅପେରେସନ ହେଲା ମୁଁ ଭାବିଲି ମୋର ତ dr ହବାର ଅଛି ଆଉ ଯଦି ହେବି ଗୋଟେ ସର୍ଜନ୍ ହେବି । ତାପରେ science ନେଇ ମେଡିକାଲ ପଢ଼ିଲି , ମେଡିକାଲର ପ୍ରଥମ ବର୍ଷ ଆଉ ଶେଷ ବର୍ଷ rank holder ଥିଲି , ଓ ପ୍ରଥମ ବର୍ଷ gold medal ମଧ୍ୟ ପାଇଥିଲି । ଯେହେତୁ ମୋତେ dr ହବାର ଥିଲା , ତେଣୁ ଆଗକୁ ମତେ ଅନେକ କିଛି ଶିଖିବାର ଥିଲା । ସେଇଥିପାଇଁ ବଡ ବଡ conference attend କରେ ବହୁତ ଭଲ ଭଲ ଲୋକ ଆସନ୍ତି ତାଙ୍କଠୁ ଅନେକ କିଛି ଶିଖେ ମଧ୍ୟ । କାନର ଅନେକ ପ୍ରକାର ସମସ୍ୟା ଅଛି ତାକୁ କେମିତି ଆଜିକା ଦିନରେ ଈଶ୍ଵର ଗଢିଥିବା କାନ ପରି ହେଇପାରିବ ସେସବୁ ଶିଖିଲି । କିନ୍ତୁ ବାପା ସବୁବେଳେ କୁହନ୍ତି କେବେ ସରକାରୀ ଚାକିରୀ କରିବୁନି , ନିଜର କ୍ଲିନିକ୍ କରିବୁ ଆଉ ଭଲ ସର୍ଭିସ୍ ଦବୁ । ଜେହତୁ ବାପା ମତେ ସପୋର୍ଟ କରୁଥିଲେ ଆଉ ଟଙ୍କାର ପ୍ରେସର୍ କେବେ ଦେଉନଥିଲେ ତେଣୁ ମତେ ଏହି କ୍ଷେତ୍ରରେ ଆଗକୁ ଯିବାପାଇଁ ଅସୁବିଧା ହେଲାନାହିଁ । ଆଉ ମୁଁ ମଧ୍ୟ ଭାବିଲି ଯଦି ମୁଁ ସରକାରୀ ଚାକିରୀ କରେ ତାହେଲେ ଏସବୁ ସମ୍ଭବ ହବନି । ନିଜର କ୍ଲିନିକ୍ କରିବା ପୂର୍ବରୁ ମୁଁ 2017 ମସିହାରେ ମୁଁ ଡ଼ା .ଗଙ୍ଗାଧର ବେହେରାଙ୍କ କ୍ଲିନକ୍ ରେ ପ୍ରଥମେ ସର୍ଜରି ଷ୍ଟାର୍ଟ କଲି । ଆଉ ଦେଖିଲି ଅନ୍ୟ ହସ୍ପିଟାଲ୍ ଅପେକ୍ଷା ଡ଼ା . ଗଙ୍ଗାଧର ବେହେରା ଙ୍କ କ୍ଲିନିକ୍ ରେ ବହୁତ କମରେ କାନ ସର୍ଜରି ହେଇଯାଉଛି ।

ମୁଁ ପ୍ରାୟ 50 ସର୍ଜରି କଲାପରେ ଜାଣିପାରିଲି ଆଉ କୋଉଠି ପେସେଣ୍ଟ ମାନଙ୍କର ପଇସା ବଞ୍ଚେଇ ପାରିବି । ଯଦି ମୋର ଚାର୍ଜ କାଟିଦିଏ , ଓଟି ଚାର୍ଜ କାଟିଦିଏ ତାହେଲେ ପେସେଣ୍ଟ ଆହୁରି କମ୍ ରେ ସର୍ଜରି ହେଇପାରିବେ । ଏବଂ ମୁଁ ଯେତେବେଳେ ସର୍ଜରି କରେ ପେସେଣ୍ଟ ଙ୍କୁ ବ୍ରାଣ୍ଡର ମେଡିସିନ ଦିଏ । ବ୍ରାଣ୍ଡ ମେଡ଼ିସିନ ମୁଁ ମୋ id ରେ 20 percent discount re ମଗାଏ ଆଉ ସେଥିରେ ବି ପେସେଣ୍ଟ ଙ୍କର ପଇସା ବଞ୍ଚେ । ମୁଁ ଯୋଉ ଅପେରେସନ କରେ ଥରକରେ success କରିବା ପାଇଁ ଚେଷ୍ଟା କରେ । କାରଣ କାନ ଏମିତି ଏକ ଅଙ୍ଗ ସେ ଯଦି ଥରକରେ success ନହୁଏ ତାହା ଦ୍ୱିତୀୟ ଥର ପାଇଁ 70 - 80 percent chance କମିଯାଏ । ତେଣୁ ଥରକରେ success କରିବାକୁ ଚେଷ୍ଟା କରେ ଆଉ କରେ ମଧ୍ୟ ।

ଯେତେବେଳେ ସେ ସ୍ତ୍ରୀ ଲୋକ ଜଣଙ୍କ ମୋ ପାଖକୁ ଆସିଥିଲେ, ମୁଁ ଅପେରେସନ କରିଥିଲି , ଅପେରେସନ କଲା ପରେ ଜାଣିଲି ସେ ବୋର୍ଡ ପରୀକ୍ଷା ଦେଇଛି । ଅର୍ଥ ଅଭାବରୁ ତାର ଇଛା ଥିଲେ ବି ସେ ଆଉ ପଢି ପାରିବନି । ତେଣୁ ମୁଁ ତା ଅପେରେସନ ପାଇଁ କିଣା ଯାଇଥିବା ସାମଗ୍ରୀର କିଛି ଟଙ୍କା ରଖି ବାକି ସବୁ ଟଙ୍କା ତାକୁ ଫେରେଇ ଆଗକୁ ପଢିବା ପାଇଁ ଅନୁମତି ଦେଲି ।

Dr . Diptiman ଙ୍କ ପାଟିରୁ ଏତେସବୁ ଶୁଣିସାରିଲା ପରେ ମୁଁ ନିଜକୁ ଗର୍ବ କରୁଥିଲି । ଆଉ ଭାବୁଥିଲି , ସତରେ ... ଏମିତି ଡାକ୍ତର ହିଁ "ଦ୍ୱିତୀୟ ଈଶ୍ଵର"

ଜ୍ୟୋତିରଞ୍ଜନ ବାରିକ

ଚଢ଼େଇଗାଁ ,ନିମାପଡା ,ପୁରୀ


Rate this content
Log in